Odisha Link
Bridging the Missing Links in Odisha

ସ୍ୱାଧୀନତା ପରେ ପ୍ରଥମଥର ଲୋକସଭା ବାଚସ୍ପତି ନିର୍ବାଚନ, ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା

ଓଏଲ୍‌ ବ୍ୟୁରୋ: ଭାଙ୍ଗିବାକୁ ଯାଉଛି ପରମ୍ପରା। କାରଣ ଆଜି ଅର୍ଥାତ ଜୁନ୍‌ ୨୬ ତାରିଖରେ ଅନୁଷ୍ଠିତ ହେବ ଲୋକସଭାର ବାଚସ୍ପତି ନିର୍ବାଚନ। ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ଲୋକସଭାରେ ହେବ ନିର୍ବାଚନ। କାରଣ ଏନଡିଏ ପ୍ରାର୍ଥୀ ଭାବେ ଓମ୍‌ ବିର୍ଲା ନାମାଙ୍କନ ଭରିଥିବା ବେଳେ ଇଣ୍ଡିଆ ମେଣ୍ଟ ପକ୍ଷରୁ ନାମାଙ୍କନ ଭରିଛନ୍ତି କେ ସୁରେଶ। ୧୯୪୬ ମସିହା ପରେ ପ୍ରଥମ ଥର ପାଇଁ ହେବ ବାଚସ୍ପତି ନିର୍ବାଚନ।

ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା
ସଂସଦୀୟ ପରମ୍ପରାରେ ଆଜି ପର୍ଯ୍ୟନ୍ତ ବାଚସ୍ପତି ଏବଂ ଉପ-ବାଚସ୍ପତି ପଦ ପାଇଁ ନିର୍ବାଚନ ହେଇନି। ୧୯୪୬ ମସିହା ପରେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ୨ଜଣ ସାଂସଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

କେଉଁ ଗଠବନ୍ଧନ ପାଖରେ ଅଛି କେତେ ଆସନ ?
ଚଳିତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ୨୯୩ଟି ଆସନରେ ବିଜୟୀ ହୋଇଛି। ସେମଧ୍ୟରୁ ବିଜେପି ଏକାକି ୨୪୦ଟି ଆସନରେ ଜିତିଛି। ଅନ୍ୟପଟେ ବିପକ୍ଷ ଇଣ୍ଡିଆ ମେଣ୍ଟ ୧୩୪ଟି ଆସନ ଜିିତିଛି। ବିପକ୍ଷ ଦଳରେ କଂଗ୍ରେସ ସବୁଠୁ ବଡ଼ ପାର୍ଟି ହୋଇଛି। କଂଗ୍ରେସ ପାଖରେ ୯୯ ଜଣ ସାଂସଦ ରହିଛନ୍ତି।

Leave A Reply

Your email address will not be published.