ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା, ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ଓଏଲ୍ ବ୍ୟୁରୋ: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭାରେ ବାଚସ୍ପତି ନିର୍ବାଚନ ହୋଇଛି। ଏନଡିଏ ପ୍ରାର୍ଥୀ ଭାବେ ଓମ୍ ବିର୍ଲା ନାମାଙ୍କନ ଭରିଥିବା ବେଳେ ଇଣ୍ଡିଆ ମେଣ୍ଟ ପକ୍ଷରୁ ନାମାଙ୍କନ ଭରିଥିଲେ କେ.ସୁରେଶ। ୧୯୪୬ ମସିହା ପରେ ପ୍ରଥମ ଥର ପାଇଁ ବାଚସ୍ପତି ନିର୍ବାଚନ ହୋଇଥିବାବେଳେ ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି। ଧ୍ୱନିମତରେ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି। ଇଣ୍ଡିଆ ମେଣ୍ଟ ପକ୍ଷରୁ ନାମାଙ୍କନ ଭରିଥିବା କେ.ସୁରେଶଙ୍କୁ ହରାଇ ଲୋକସଭା ବାଚସ୍ପତି ଭାବେ ଓମ୍ ବିର୍ଲା ନିର୍ବାଚିତ ହୋଇଛନ୍ତି। ଓମ୍ ବିର୍ଲାଙ୍କୁ ପୂର୍ବତନ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବନିର୍ବାଚିତ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ ସୁରଖୁରୁରେ ଚାଲୁ ବୋଲି ନବୀନ କାମନା କରିଛନ୍ତି।