Odisha Link
Bridging the Missing Links in Odisha

ଆଉ କାଗଜରେ ନୁହେଁ, ଏଣିକି ଟାବଲେଟ୍ ଭିତରେ ରହିବ ବିଦ୍ୟାଳୟର ସବୁ ତଥ୍ୟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଥିବା ବିଦ୍ୟାଳୟ ଗୁଡିକର ସମସ୍ତ ତଥ୍ୟ ନେଇ କଡା ବ୍ୟବସ୍ତା ଆରମ୍ଭ ହେବ। ବିଦ୍ୟାଳୟର କୌଣସି ତଥ୍ୟ ଆଉ କାଗଜରେ ଲେଖା ହୋଇରହିବ ନାହିଁ। ଏଣିକି ଏ ସବୁ ତଥ୍ୟ ଟାବଲେଟରେ ଅପ୍ଲୋଡ୍ ହେବ। ଏଥିରେ ପିଲା ଓ ଶିକ୍ଷକଙ୍କ ଉପସ୍ଥାନଠାରୁ ଆରମ୍ଭ କରି ସ୍କୁଲର ଆର୍ଥିକ କାରବାର ପର୍ଯ୍ୟନ୍ତ ସବୁ ରହିବ। ଏହାହେଲେ ସ୍କୁଲ ସିଧାସଳଖ ସଚିବାଳୟ ସହ ଯୋଡ଼ି ହୋଇଯିବ ଏବଂ ମନ୍ତ୍ରୀ, ସଚିବ ସ୍କୁଲ୍କୁ ନ ଯାଇ ରାଜଧାନୀରେ ବସି ବିଦ୍ୟାଳୟର ସବୁ କାର୍ଯ୍ୟ ନିରୀକ୍ଷଣ କରିପାରିବେ। ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି। ଟାବ୍ ବ୍ୟବହାର ନେଇ ଓସେପା ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ଏପରିକି ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ସିଆର୍ସିସିଙ୍କୁ ଟାବ୍ ବ୍ୟବହାର ନେଇ ତାଲିମ ଦିଆଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.