Odisha Link
Bridging the Missing Links in Odisha

ରାହୁଲ ଗାନ୍ଧୀଙ୍କୁ ଗୁରୁ ଦାୟିତ୍ବ, ବିରୋଧୀ ଦଳ ନେତା ଭାବେ ନିର୍ବାଚିତ

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଲୋକସଭାରେ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏନେଇ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି।

ଏଣିକି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବେ ରାହୁଲ ଗାନ୍ଧୀ। ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଉଭୟ ରାଏବରେଲୀ ଓ କେରଳର ୱାୟନାଡଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ୱାୟନାଡ ଆସନ ଛାଡ଼ିବାକୁ ପଡ଼ିଛି। ଏଠାରେ ହେବାକୁ ଥିବା ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହେବେ।

ସେହିପରି ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକି ଲୋକସଭାରେ ୯୯ଟି ଆସନ ଜିତିଛି। ବିରୋଧୀ ମେଣ୍ଟ ଇଣ୍ଡିଆ ପାଖରେ ୨୩୩ ଜଣ ସାଂସଦ ରହିଛନ୍ତି।

Leave A Reply

Your email address will not be published.