Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ୱୟ କମିଟି ବୈଠକ: ଶୃଙ୍ଖଳିତ ନୀତିକାନ୍ତି ନେଇ କଡ଼ା ନିର୍ଦେଶ

ଓଏଲ୍‌ ବ୍ୟୁରୋ: ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ନେଇ ଚଳିତବର୍ଷ ଦୁଇ ଦିନ ଧରି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ପାଇଁ ଆଜି ଦ୍ଵିତୀୟ ସମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାୟ ୨୦ଲକ୍ଷରୁ ଅଧିକ ବ୍ଯକ୍ତଙ୍କ ସମାଗମକୁ ନଜରରେ ରଖି ରଥଯାତ୍ରା ଓ ଏହାର ପରଦିନ ଦର୍ଶନ, ସୁରକ୍ଷା, ସ୍ୱାସ୍ଥ୍ୟ ପରିମଳ, ଗମନା ଗମନ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦେଶ ଦିଆଯାଇଛି। ଅଂଶୁଘାତର ମୁକାବିଲା ନେଇ ୧୦୦ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ବ୍ୟବସ୍ଥା ସହ ବର୍ଣ୍ଣ ୱାର୍ଡ ଚାଲୁ ନେଇ ନିଷ୍ପତି ହୋଇଛି।

ଯାତ୍ରା ସମାଗମକୁ ନଜରରେ ରଖି ୧୫୦ଯୋଡ଼ା ଟ୍ରେନ ଓ ଅଧିକ ସଂଖ୍ୟକ ବସ ସମେତ ୧୮ରୁ ଅଧିକ ନୂଆ ପାର୍କିଂ ସ୍ଥଳୀ କରିବା ନେଇ ନିଷ୍ପତି କରାଯାଇଛି। ଚଳିତ ବର୍ଷର ନିଆରା ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନେଇ ଅନେକ ଗୁଡିଏ ବଡ଼ ନିଷ୍ପତି ଆଜି ରଥଯାତ୍ରା ଦ୍ଵିତୀୟ ସମନ୍ୱୟ ବୈଠକରେ ନିଆଯାଇଛି।ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବା ହେତୁ ଏଥର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ।

ରଥଟଣା ନୀତି ବିଳମ୍ବିତ ହେବା ଆଶଙ୍କା ରହିଥିବାରୁ ଉଭୟ ୭ତାରିଖ ଓ ୮ତାରିଖ ଦିନ ସମସ୍ତ ପ୍ରଶାସନିକ ବ୍ୟବସ୍ଥା ବଳବତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି।ଅଂଶୁଘାତକୁ ସାମାନା କରିବା ନେଇ ୧୦୦ଶଯ୍ୟା ବିସିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ କରିବା ନେଇ ନିର୍ଦେଶ ଦିଆଯାଇଛି। ସେହିପରି ଆଲୋକୀକରଣ, ପାନୀୟ ଜଳ ଯୋଗାଣ ଓ ପରିବହନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ୧୫୦ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବା ସହ ବସ ଚଳାଚଳ ନେଇ ବିଶେଷ ବ୍ୟବସ୍ଥା କରାଯିବ।ସେହିପରି ରଥଟଣା ଦୁଇଦିନ ଧରି ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା, ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଆବଶ୍ୟକୀୟ ପୁଲିସ ଫୋର୍ସ ମୃତୟନ ସହ ଟ୍ରାଫିକ ଓ ୧୮ଗୋଟି ସ୍ଥାନରେ ଗାଡି ପାର୍କିଙ୍ଗ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି।ରଥଯାତ୍ରା ଭିଡ଼ ନିୟନ୍ତ୍ରଣ ନେଇ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ ସହ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ କରାଯାଇଛି। ଶ୍ରୀମନ୍ଦିର ଭିତର ଓ ବାହାର ବେଢାରେ ବିସ୍ତୃତ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି। ସେହିପରି ବେଳାଭୂମିରେ ବ୍ୟାପକ ଲାଇଫଗାର୍ଡ ମୃତୟନ ସହ କୋଷ୍ଟଗାର୍ଡ ନିୟୋଜିତ କରାଯିବ।

Leave A Reply

Your email address will not be published.