Odisha Link
Bridging the Missing Links in Odisha

ହାଇସ୍କୁଲରେ ପଢ଼ାଇବେ ଅବସରପ୍ରାପ୍ତ ଶିକ୍ଷକ, ଖୁବଶୀଘ୍ର ଜାରି ହେବ ନିର୍ଦ୍ଦେଶାବଳୀ

ଓଏଲ୍‌ ବ୍ୟୁରୋ: ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଛି। ଏହି ସମସ୍ୟାକୁ ଦୂରେଇବାକୁ ଗଣଶିକ୍ଷା ବିଭାଗ ନେଇଛି ବଡ ନିଷ୍ପତ୍ତି। ଚଳିତ ଶିକ୍ଷା ବର୍ଷରେ ୪ ହଜାର ୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ଅନୁମତି ମିଳିଛି। ସେମାନଙ୍କ କାର୍ଯ୍ୟକାଳ ୨୦୨୫ ମାର୍ଚ୍ଚ ଅର୍ଥାତ୍ ନୂଆ ଶିକ୍ଷକ ନିଯୁକ୍ତି ଯାଏଁ ବଳବତ୍ତର ରହିବ। ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଳକଗ୍ରାଣ୍ଟ ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ପଢାଇବେ ବୋଲି ବିଭାଗ ନିଷ୍ପତ୍ତି ନେଇଛି। ଏଥର ସ୍କୁଲରେ ଅବସର ନେଇସାରିଥିବା ଶିକ୍ଷକ ମଧ୍ୟ ପଢାଇବେ। ଏଥିପାଇଁ ନିଯୁକ୍ତି ପାଇଁ ଖୁବଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.