Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ମରାମତି ନେଇ ସୁଦର୍ଶନଙ୍କ ଅନୁରୋଧ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଓଏଲ୍‌ ବ୍ୟୁରୋ: ରତ୍ନଭଣ୍ଡାର ମରାମତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୁଦର୍ଶନ ପଟ୍ଟନାୟକ ଚିଠି ଲେଖିଛନ୍ତି। ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଏଏସଆଇକୁ ମରାମତି ପାଇଁ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଲେଜର ସ୍କାନିଂ ରିପୋର୍ଟରେ ଭିତର ରତ୍ନଭଣ୍ଡାର କାନ୍ଥରେ ଫାଟ ଥିବା ଜଣାପଡିଛି। ଆଗକୁ ବର୍ଷା ଋତୁ ଆସୁଥିବାରୁ ମରାମତି ପାଇଁ ଅନୁରୋଧ କରିଛନ୍ତି। ସୂଚନା ଥାଉକି, ଏଏସଆଇ ରିପୋର୍ଟ ଅନୁସାରେ ରତ୍ନଭଣ୍ଡାର କାନ୍ଥରେ ଫାଟ ରହିଛି। ଯାହା ତୁରନ୍ତ ମରାମତି ହେବ ନିଃଟି ଆବଶ୍ୟକ। ତେଣୁ ଏନେଇ ପଦକ୍ଷେପ ନେବାକୁ ବାଲୁକା ଶିଳ୍ପୀ ତଥା ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.