Odisha Link
Bridging the Missing Links in Odisha

ବର୍ଷାର ତାଣ୍ଡବ: ଗଜପତିରେ ବଢ଼ିଲା ନଦୀର ଜଳସ୍ତର, ବଜ୍ରାଘାତରେ ୩ ମୃତ

ଓଏଲ୍‌ ବ୍ୟୁରୋ: କିଛି ଦିନର ବିରତି ପରେ ପାଗରେ ପରିବର୍ତ୍ତନ ହୋଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରାଘାତ ହୋଇଛି। ବର୍ଷା ସହ ବଜ୍ରାଘାତ ହେବାରୁ ପଦ୍ମପୁର ଉପଖଣ୍ଡ ବୁଡେନ୍ ଥାନା ଅନ୍ତର୍ଗତ ଆନ ଦେୱାନଡ଼ିହି ଗ୍ରାମରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦେୱାନଡ଼ିହି ଗାଁର ପାଞ୍ଚ ଜଣ ପୁରୁଷ ଗାଁ ମୁଣ୍ଡ ବରଗଛ ମୂଳେ ବସି ଖଟି କରୁଥିଲେ। ହେଲେ ହଠାତ ବର୍ଷା ଆସିଥିବା କାରଣରୁ ସେମାନେ ଘରକୁ ଯାଇ ପାରିନଥିଲେ। ତେଣୁ ଏହି ସମୟରେ ବଜ୍ରାଘାତ କାରଣରୁ ତିନିଜଣର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ମୃତକ ମାନେ ହେଲେ ସୁଖଦେବ ବନଛୋର, ନିରୋଜ କୁମ୍ଭାର, ଧନୁର୍ୟ୍ୟ ନାୟକ ଏବଂ ଆହତ ମାନେ ହେଲେ ମନିରାମ ଲୁହାର ଓ ବୃନ୍ଦା ସାହୁ। ଅନ୍ୟପଟେ, ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ଗଜପତି ମୋହନାରେ ଥିବା ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇଛି।

Leave A Reply

Your email address will not be published.