ନାବାଳକ ବନିଲେ ଜୋନ୍ ଏଡିଜି, ସାଲ୍ୟୁଟ ମାରିଲେ ବରିଷ୍ଠ ପୁଲିସ ଅଧିକାରୀ

ଓଏଲ୍ ବ୍ୟୁରୋ: ଚର୍ଚ୍ଚାରେ ବାରାଣସୀର ରଣବୀର ଭାରତୀ। କାରଣ ହେଉଛି ସେ ମାତ୍ର ୯ ବର୍ଷ ବୟସରେ ଆଇପିଏସ ଅଫିସର ବନିଛନ୍ତି। ତେବେ ତାଙ୍କ ଆଇପିଏସ ହେବା ପଛର କାହାଣୀ ଟିକେ ନିଆଁରା। ୯ ବର୍ଷ ବୟସରେ ଆଇପିଏସ ଅଫିସର ବନିଥିବା ରଣବୀର ଭାରତୀ ଏବେ ବ୍ରେନ୍ ଟ୍ୟୁମରରେ ପୀଡିତ। ଉତରପ୍ରଦେଶର ଏକ ଡାକ୍ତରଖାନାରେ ରଣବୀରଙ୍କର ଚିକିତ୍ସା ଚାଲିଛି। ବ୍ରେନ ଟ୍ୟୁମର ଭଳି ଦୁଶାଧ୍ୟ ରୋଗରେ ପଡି ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ରଣବୀର। ବଡ଼ ହେଲେ ଜଣେ ଆଇପିଏସ ଅଫିସର ହୋଇ ଦେଶ ସେବା କରିବାକୁ ରହିଛି ରଣବୀରଙ୍କ ଇଛା ଥିଲା।
ରଣବୀରଙ୍କ ଏହି ଇଚ୍ଛା ମଧ୍ୟ ପୂରଣ କରାଯାଇଛି। ବ୍ରେନ୍ ଟ୍ୟୁମରରେ ପୀଡିତ ୯ବର୍ଷୀୟ ନାବାଳକଙ୍କ ସ୍ୱପ୍ନ ପୁରା ହୋଇଛି। ବାରାଣସୀର ଜୋନ ଏଡିଜି ରଣବୀରଙ୍କ ଏହି ଇଛା ପୂରଣ କରିବାକୁ ଆଗ୍ରହ ଦେଖାଇଥିଲେ। ରଣବୀର ଗୋଟିଏ ଦିନ ପାଇଁ ଏଡିଜି ଭାବେ ନିଯୁକ୍ତି ପାଇବା ସହ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟଭାର ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ରଣବୀରଙ୍କୁ ଫୁଲୋତୋଡା ଦେଇ ସ୍ୱାଗତ କରିବା ସହ ସାଲ୍ୟୁଟ ଜଣାଇଛନ୍ତି। ସୋସିଆଲ ମିଡ଼ିଆରେ ରଣବୀର ଭାରତୀଙ୍କ ଏହି ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।