Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌: ଆଫଗାନିସ୍ତାନ ଟିମ୍‌ ନାଁରେ ଅଲୋଡ଼ା ରେକର୍ଡ

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ର ଫାଇନାଲରେ ଦକ୍ଷିଣ ଆଫ୍ରିକା। ପ୍ରଥମ ସେମି ଫାଇନାଲ ମୁକାବିଲାରେ ଆଫଗାନିସ୍ତାନକୁ ହରାଇ ଫାଇନାଲକୁ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଲୋ ସ୍କୋରିଂ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା। ଏଥିସହିତ ନିଜ ନାମରେ ଅଲୋଡ଼ା ରେକର୍ଡ କରିଛି ଆଫଗାନିିସ୍ତାନ। ଅନ୍ୟପଟେ ଆଜି ସନ୍ଧ୍ୟାରେ ଦ୍ବିତୀୟ ସେମି ଫାଇନାଲ ମୁକାବିଲା ଖେଳାଯିବ। ଭାରତ-ଇଂଲଣ୍ଡ ମଧ୍ୟରୁ ଯେଉଁ ଟିମ୍‌ ବିଜୟୀ ହେବ ସେହି ଟିମ୍‌ ଦକ୍ଷିଣ ଆଫ୍ରିକା ସହିତ ଫାଇନାଲ ମୁକାବିଲା ଖେଳିବ।

ଦକ୍ଷିଣ ଆଫ୍ରିକାର ବିପଜ୍ଜନକ ବୋଲିଂ ସାମ୍ନାରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ। ପାୱାର ପ୍ଲେରେ ଆଫଗାନିସ୍ତାନ ୫ ୱିକେଟ୍ ହରାଇଥିଲା। ଯାହା ପରେ ଟି-୨୦ ବିଶ୍ୱକପ ଇତିହାସରେ ଆଫଗାନିସ୍ତାନ ନାମରେ ଏକ ଲଜ୍ଜାଜନକ ରେକର୍ଡ ପଞ୍ଜିକୃତ ହୋଇଛି।ପାୱାର ପ୍ଲେରେ ଆଫଗାନିସ୍ତାନ ଦଳ ୫ ୱିକେଟ୍ ହରାଇଥିଲା। ଟି-୨୦ ବିଶ୍ୱକପ ଇତିହାସରେ ଏହା ପୂର୍ବରୁ କେବେ ଦେଖାଯାଇ ନଥିଲା।ସେହିପରି ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ ସେମି ଫାଇନାଲ ମୁକାବିଲାରେ ୧୦୦ ତଳକୁ ସ୍କୋର ହୋଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଦଳକୁ ଭଲ ଆରମ୍ଭ ଦେବାରେ ବିଫଳ ହୋଇଥିଲେ। ଦକ୍ଷିିଣ ଆଫ୍ରିକା ଦଳର ବୋଲରଙ୍କ ଶାଣିତ ବୋଲିଂ ଆକ୍ରମଣରେ ଆଫଗାନିସ୍ତାନ ଟିମ୍‌ ଧରାଶାୟୀ ହୋଇଯାଇଥିଲା। ୧୧.୫ ଓଭରରେ ଆଫଗାନିସ୍ତାନ ୫୬ ରନ୍‌ କରି ଅଲ ଆଉଟ୍‌ ହୋଇ ଯାଇଥିଲା। ଯାହାଫଳରେ ୫୭ ରନର ଟାର୍ଗେଟ ଦକ୍ଷିଣ ଆଫ୍ରିକା ଆଗରେ ଥିଲା। ଏହି ଲୋ ସ୍କୋରିଂ ମ୍ୟାଚକୁ ସହଜରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା।

Leave A Reply

Your email address will not be published.