Odisha Link
Bridging the Missing Links in Odisha

ତୁଟୁନି ପାରିବାରିକ ବିବାଦ! କୋର୍ଟରେ ହାଜର ହେଲେ ଅନୁଭବ

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପୂର୍ବତନ ସାଂସଦ ତଥା ଅଭିନେଟ ଅନୁଭବ ମହାନ୍ତି। ଆଜି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ଅନୁଭବ ମହାନ୍ତି। ପୂର୍ବରୁ ସେ କୋର୍ଟରେ ବେଲ ପିଟିସନ ଦାଖଲ କରିଥିଲେ। ବର୍ଷାଙ୍କୁ ନିର୍ଯାତନ ମାମଲାରେ ହାଜର ହୋଇନଥିଲେ ଅନୁଭବ। ହାଜର ନହେବାରୁ ଏନବିଡବ୍ଲୁ ଜାରି କରଥିଲେ ସ୍ବତନ୍ତ୍ର କୋର୍ଟ। ପରେ ଅନୁଭବଙ୍କ ଏନବିଡବ୍ଲୁ ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ହେବା ପରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ଲଗାଯାଇଥିଲେ। ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଥିଲେ। ଏହା ପରେ ଅନୁଭବ ଓ ତାଙ୍କର ଦୁଇ ସହଯୋଗୀ କୋର୍ଟରେ ହାଜର ହୋଇଛନ୍ତି ।

Leave A Reply

Your email address will not be published.