Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ଆହୁରି ୫ ଦିନ ବର୍ଷିବ

ଓଏଲ୍‌ ବ୍ୟୁରୋ: ତାତି ଓ ଅସହ୍ୟ ଗୁଳୁଗୁଳିରୁ ମିଳିଛି ଆଶ୍ବସ୍ତି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ମୌସୁମି ପ୍ରଭାବରେ ଆହୁରି ୫ ଦିନ ବର୍ଷା ଲାଗି ରହିବ। କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ପ୍ରବଳ ବର୍ଷା ଆଲର୍ଟ ଜାରି ହୋଇଛି। ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟକୁ ବର୍ଷା ଆଲର୍ଟ ଜାରି ହୋଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ରାଜ୍ୟର ଅଧିକାଂଶ ସ୍ଥାନରେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା। ୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କୋରାପୁଟରେ ସର୍ବାଧିକ ୧୫୨ମିମି ବର୍ଷା ରେକର୍ଡ ହୋଇଛି। ମୌସୁମି ପ୍ରଭାବରେ ଆହୁରି ୫ ଦିନ ବର୍ଷା ଲାଗି ରହିବ। ବୁଧବାର ଠାରୁ ଅନେକ ସ୍ଥାନରେ ବର୍ଷାର ପରିମାଣ ବଢିବ। ରାୟଗଡା ଓ ସୁନ୍ଦରଗଡ ଜିଲାରେ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି।।

Leave A Reply

Your email address will not be published.