Odisha Link
Bridging the Missing Links in Odisha

ବିଶ୍ବକପ୍‌: ସନ୍ଧ୍ୟାରେ ୨ୟ ସେମିଫାଇନାଲ ମୁକାବିଲା, ୨୦୨୨ର ପ୍ରତିଶୋଧ ନେବ କି ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଟି-୨୦ ବିଶ୍ବକପ୍‌ ୨୦୨୪। ପ୍ରଥମ ସେମିଫାଇନାଲ ମୁକାବିଲାରେ ଆଫଗାନିସ୍ତାନକୁ ହରାଇ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ସେହିପରି ଆଜି ସନ୍ଧ୍ୟାରେ ଦ୍ବିତୀୟ ସେମି ଫାଇନାଲ ମୁକାବିଲା ଖେଳାଯିବ। ବିଶ୍ବ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ। ଯେଉଁ ଦଳ ବିଜୟୀ ହେବ ସେହି ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ ମୁକାବିଲା ଖେଳିବ।

ଟି-୨୦ ବିଶ୍ୱକପ ୨୦୨୪ରେ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଭାରତୀୟ ସମୟ ରାତି ୮ଟାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତିବା ଦ୍ୱାରା ଉଭୟ ଦଳ ଟାଇଟଲ୍ ମ୍ୟାଚ୍ ପାଇଁ ଟିକେଟ୍ ପାଇବାକୁ ଚାହୁଁଛନ୍ତି। ଉଭୟ ଦଳ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର୍ କରିବାରେ ବ୍ୟସ୍ତ ଅଛନ୍ତି।

ବଡ଼ ମୁକାବିଲା ପୂର୍ବରୁ ଇଂଲଣ୍ଡ ଅଧିନାୟକ ଜସ୍‌ ବଟଲର କହିଛନ୍ତି, ଭାରତ ଆକ୍ରମଣାତ୍ମକ ଖେଳୁଛି। ମୁଁ ଜାଣେ ଭାରତ ଆକ୍ରମଣାତ୍ମକ ଖେଳିବ। ଆମେ ଯେଉଁଭଳି ଖେଳୁଛୁ ସେହିଭଳି ଖେଳିବୁ। ଦୁଇ ଦଳ ମଧ୍ୟରେ ଏକ ଭଲ ମୁକାବିଲା ହେବ। ସୂଚନାଥାଉକି, ୨୦୨୨ ମସିହାରେ ଭାରତକୁ ସେମି ଫାଇନାଲ ମୁକାବିଲାରେ ପରାସ୍ତ କରିଥିଲା ଇଂଲଣ୍ଡ।

ସୂଚନାଥାଉକି, ୨୦୨୨ ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ କେବଳ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ଖେଳି ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡକୁ ଭାରତ ୧୬୯ ରନ୍‌ର ଟାର୍ଗେଟ ଦେଇଥିଲା। ଇଂଲଣ୍ଡର ଓପନର୍ ଜୋସ୍ ବଟଲର୍ ୪୯ ବଲରେ ୮୦ ରନ୍ ସଂଗ୍ରହ କରିଥିଲେ ଏବଂ ଆଲେକ୍ସ ହାଲ୍ସ ୪୭ ବଲରେ ୮୬ ରନ୍ ସଂଗ୍ରହ କରି ଭାରତକୁ ଏକପାଖିଆ ପରାସ୍ତ କରିଥିଲେ। ଉଭୟ ଖେଳାଳି ମାତ୍ର ୧୬ ଓଭରରେ ୧୬୯ ରନ୍ ଲକ୍ଷ୍ୟ ହାସଲ କରିଥିଲେ।

ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିଭମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା

Leave A Reply

Your email address will not be published.