Odisha Link
Bridging the Missing Links in Odisha

‘ମହାନଦୀ ଓଡ଼ିଶାର ଜୀବନଧାରା, କେନ୍ଦ୍ର ନୀରବ ରହିବା ଦୁର୍ଭାଗ୍ୟଜନକ’

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ହେଲେ ଏବେବି ମହାନଦୀ ଜଳକୁ ନେଇ ଥମିନାହିଁ ବିବାଦ। ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀ ମନ୍ତବ୍ୟ ରଖିବା ପରେ ବିଜେଡିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମହାନଦୀ ଓଡ଼ିଶାର ଜୀବନଧାରା। ହୀରାକୁଦ ଉପରମୁଣ୍ଡରେ ବେଆଇନ ନିର୍ମାଣ ହୋଇଛି। ଆଇନ ଉଲ୍ଲଂଘନ କରି ଛତିଶଗଡ଼ ନିର୍ମାଣ କରୁଥିଲା। ବାରମ୍ବାର ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛି ବିଜେଡି। ଉଚ୍ଚସ୍ତରୀୟ ବୈଠକରେ ନବୀନ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବି ପ୍ରସଙ୍ଗ ଉଠାଇଛନ୍ତି। ମହାନଦୀ ବିବାଦକୁ ନେଇ ବିଜେଡି ଧ୍ୟାନ ଆକର୍ଷଣ କରିଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବି ପ୍ରସଙ୍ଗ ଉଠାଇଛ। ଏନେଇ କେନ୍ଦ୍ର ନିରବ ରହିବା ଦୁର୍ଭାଗ୍ୟଜନକ। ପୂର୍ବ ସରକାର ଉପରେ ଦୋଷ ଲଦିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।

ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀ କହିଥିଲେ, ଖୁବ୍‌ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ। ପୂର୍ବ ସରକାର ସମାଧାନ ପାଇଁ ବିଶେଷ ଉଦ୍ୟମ କରି ନାହାନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ଆଲୋଚନାରେ ସମାଧାନ ହୋଇପାରିବ। ଛତିଶଗଡ଼ ସହ ଆଲୋଚନା କଲେନି, ଟ୍ରିବ୍ୟୁନାଲକୁ ସାହାଯ୍ୟ କରୁନଥିଲେ। କେନ୍ଦ୍ର ଜଳ କମିଶନଙ୍କ ନିକଟରେ ସଠିକ ତଥ୍ୟ ରଖିଲେ ନାହିଁ। ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି, ଖୁବଶୀଘ୍ର ସବୁ ତଥ୍ୟ ଦାଖଲ କରିବୁ ବୋଲି ରାଜସ୍ବ ମନ୍ତ୍ରୀ ମନ୍ତବ୍ୟ କହିଥିଲେ।

Leave A Reply

Your email address will not be published.