Odisha Link
Bridging the Missing Links in Odisha

ଜୁଲାଇ ୯ରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଟ୍ରିକ ପ୍ରମାଣପତ୍ର, ୧୦ ଦିନ ମଧ୍ୟରେ କରିହେବ ସଂଶୋଧନ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜୁଲାଇ ୨ ଏବଂ ୩ ତାରିଖରେ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି। ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ। ବିଦ୍ୟାଳୟରେ ଜୁଲାଇ ୯ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିଲେ କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ସଂଶୋଧନ କରାଯାଇପାରିବ।

ଜୁଲାଇ ୧୨ରୁ ୨୨ ତାରିଖ ମଧ୍ୟରେ ସଂଶୋଧନ କରିପାରିବେ। ପ୍ରମାଣପତ୍ର ମୁଦ୍ରଣ ପାଇଁ ନିର୍ଦ୍ଧାରିତ ଫି’ ଦେଇ ସଂଶୋଧନ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ପ୍ରମାଣପତ୍ର ବଣ୍ଟନ ପ୍ରକ୍ରିୟାର ତଦାରଖ କରିବାକୁ କୁହାଯାଇଛି। ପ୍ରମାଣପତ୍ର ବଣ୍ଟନ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ କୁହାଯାଇଛି। ଯଦି କୌଣସି ବିବାଦ ବା ଅସୁବିଧା ସୃଷ୍ଟି ହୁଏ ତୁରନ୍ତ ପଦକ୍ଷେପ ନେବାକୁ ୩୦ ଜିଲାର ଡିଇଓଙ୍କୁ ପରାମର୍ଶ ଦିଆଯାଇଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା(ପ୍ରଥମ)ରେ କୃତୀ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରମାଣପତ୍ର ବିତରଣ ନିମନ୍ତେ ୩୦ଟି କେନ୍ଦ୍ର ବୋର୍ଡ ଦ୍ବାରା କରାଯାଇଛି।

Leave A Reply

Your email address will not be published.