ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଏଲ୍ ବ୍ୟୁରୋ: ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ରଖୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ନିଜର ଉଦବୋଧନ ବେଳେ ମହାମହିମ ରାଷ୍ଟ୍ରପତି ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ୍ ମ୍ୟାପ ସମ୍ପର୍କରେ ସୂଚନା ଦେବେ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ପୂର୍ବରୁ ସଂସଦରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପରେ ମହାମହିମ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି। ନବନିର୍ବାଚିତ ସରକାର ଓ ନିର୍ବାଚିତ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ।
ସେ ଆହୁରି କହିଛନ୍ତି, ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହୁଥିଲା। ମୋ ସରକାର ଉପରେ ଭାରତର ଜନତା ତୃତୀୟ ଥର ଭରସା କରିଛନ୍ତି। ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା କେବଳ ମୋ ସରକାର ପୂରଣ କରିପାରିବ ବୋଲି କହିଛନ୍ତି ମହାମହିମ।