Odisha Link
Bridging the Missing Links in Odisha

‘ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ଦ୍ୱାରା ବିକଶିତ ଭାରତ ସମ୍ଭବ’

ଓଏଲ୍‌ ବ୍ୟୁରୋ: ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିଥିଲେ ମାଡାମ୍ ପ୍ରେସିଡେଣ୍ଟ। ନିଜର ଉଦବୋଧନ ବେଳେ ମହାମହିମ ରାଷ୍ଟ୍ରପତି ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ୍ ମ୍ୟାପ ସମ୍ପର୍କରେ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍‌ ରହୁଥିଲା। ମୋ ସରକାର ଉପରେ ଭାରତର ଜନତା ତୃତୀୟ ଥର ଭରସା କରିଛନ୍ତି। ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା କେବଳ ମୋ ସରକାର ପୂରଣ କରିପାରିବ ବୋଲି କହିଛନ୍ତି ମହାମହିମ।

ସେ ଆହୁରି ମଧ୍ୟ କହିଛନ୍ତି, ଆୟୁଷ୍ମାନ ଯୋଜନାର ଲାଭ ୭୦ ବର୍ଷର ଊର୍ଦ୍ଧ୍ବ ଲୋକଙ୍କୁ ବି ମିଳିବ। ୧୦ ବର୍ଷରେ ଅନେକ ସଂସ୍କାର ହୋଇଛି, ଦେଶବାସୀ ଉପକୃତ ହେଉଛନ୍ତି। ଏପ୍ରିଲରେ ଜିଏସ୍‌ଟିରୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି। ଏହାଦ୍ବାରା ରାଜ୍ୟର ବିକାଶ ଦୃତ ଗତିରେ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଅନେକ ପଦକ୍ଷେପ ନିଆଯାଇଛି। ୟୁପି, ତାମିଲନାଡୁରେ ୨ଟି ଡିଫେନ୍ସ କରିଡର ହେଉଛି। ସେନାର ଆଧୁନିକତା ଉପରେ ଜୋର୍ ଦିଆଯାଇଛି। ୭୦% ପ୍ରତିରକ୍ଷା ଉପକରଣ ଦେଶର ବିଭିନ୍ନ କଂପାନୀରୁ କିଣିଛୁ। ୱାନ୍ ରାଙ୍କ, ୱାନ୍ ପେନସନ ଲାଗୁ କଲୁ।

ପେପର ଲିକ୍‌ର ନିରପେକ୍ଷ ଯାଞ୍ଚ ହେବ। ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିବଦ୍ଧ। ବିଭିନ୍ନ ରାଜ୍ୟରେ ବି ପେପର ଲିକ୍ ଖବର ସାମ୍ନାକୁ ଆସିଛି। ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ପଦକ୍ଷେପ ନେବା ଉଚିତ୍। ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି। ପେପର ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି। ୧୯୭୫ରେ ଜରୁରୀ ସ୍ଥିତି ଲାଗୁ ଅସାମ୍ବିଧାନିକ ଥିଲା। ସମ୍ବିଧାନ ପ୍ରତି ବିପଦ ଆସିଥିଲା, ଇତିହାସର କଳା ଅଧ୍ୟାୟ ଥିଲା।

ଜରୁରୀ ସ୍ଥିତି ଲାଗୁ କରାଯାଇ ସାରା ଦେଶରେ ଭୟ ସୃଷ୍ଟି କରାଯାଇଥିଲା। ଆମ ସରକାର ସମ୍ବିଧାନର ସୁରକ୍ଷା ପାଇଁ ବଦ୍ଧ ପରିକର। ସମାଜର ସବୁ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ। ସମସ୍ତଙ୍କ ବିକାଶ ଦ୍ବାରା ହିଁ ଏକ ବିକଶିତ ଭାରତ ସମ୍ଭବ ହେବ। ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି। ସରକାରଙ୍କ ସବୁ ଯୋଜନାର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚାଯିବ। ଜଣେ ବି କେହି ସରକାରୀ ଲାଭରୁ ବଞ୍ଚିତ ନହେବା ଲକ୍ଷ୍ୟ ରଖାଯାଇଛି।

ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ବ ଦେଇଛି। ଆଗାମୀ ବଜେଟରେ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ। ମୋ ସରକାର ଆରମ୍ଭରୁ ଏମ୍ଏସ୍‌ପି ବୃଦ୍ଧି କରିଛନ୍ତି। ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି। ବିଶ୍ବବନ୍ଧୁ ହୋଇ ଭାରତ ବିଶ୍ବର ଅନେକ ସମସ୍ୟା ସମାଧାନ କରୁଛି। ସୁସ୍ଥ ବିଶ୍ବ ନିର୍ମାଣରେ ଭାରତ ସହଯୋଗ କରୁଛି। ଯୋଗ ଆଜି ସମଗ୍ର ବିଶ୍ବରେ ପହଞ୍ଚିଛି।

ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି। ନର୍ଥ ଇଷ୍ଟରେ ସ୍ଥାୟୀ ଶାନ୍ତି ପାଇଁ ମୋ ସରକାର ଉଦ୍ୟମ କରୁଛି। ୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି। ପବ୍ଲିକ ଟ୍ରାନ୍ସପୋର୍ଟରେ କ୍ରାନ୍ତିକାରୀ ପରିବର୍ତ୍ତନ। ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ। ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ। ବିଜୁଳି ବିଲ୍ ଜିରୋ କରିବାକୁ ଯୋଜନା ଆସିଛି। ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି। ମହିଳାଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ କରାଯାଉଛି ବୋଲି ମହାମହିମ କହିଛନ୍ତି।

Leave A Reply

Your email address will not be published.