Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌: ଫାଇନାଲରେ ଦକ୍ଷିଣ ଆଫ୍ରିକା, ସେମିରେ ହାରିଲା ଆଫଗାନିସ୍ତାନ

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ର ଫାଇନାଲରେ ଦକ୍ଷିଣ ଆଫ୍ରିକା। ପ୍ରଥମ ସେମି ଫାଇନାଲ ମୁକାବିଲାରେ ଆଫଗାନିସ୍ତାନକୁ ହରାଇ ଫାଇନାଲକୁ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଲୋ ସ୍କୋରିଂ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା। ଆଜି ସନ୍ଧ୍ୟାରେ ଦ୍ବିତୀୟ ସେମି ଫାଇନାଲ ମୁକାବିଲା ଖେଳାଯିବ। ଭାରତ-ଇଂଲଣ୍ଡ ମଧ୍ୟରୁ ଯେଉଁ ଟିମ୍‌ ବିଜୟୀ ହେବ ସେହି ଟିମ୍‌ ଦକ୍ଷିଣ ଆଫ୍ରିକା ସହିତ ଫାଇନାଲ ମୁକାବିଲା ଖେଳିବ।

ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଦଳକୁ ଭଲ ଆରମ୍ଭ ଦେବାରେ ବିଫଳ ହୋଇଥିଲେ। ଦକ୍ଷିିଣ ଆଫ୍ରିକା ଦଳର ବୋଲରଙ୍କ ଶାଣିତ ବୋଲିଂ ଆକ୍ରମଣରେ ଆଫଗାନିସ୍ତାନ ଟିମ୍‌ ଧରାଶାୟୀ ହୋଇଯାଇଥିଲା। ୧୧.୫ ଓଭରରେ ଆଫଗାନିସ୍ତାନ ୫୬ ରନ୍‌ କରି ଅଲ ଆଉଟ୍‌ ହୋଇ ଯାଇଥିଲା। ଯାହାଫଳରେ ୫୭ ରନର ଟାର୍ଗେଟ ଦକ୍ଷିଣ ଆଫ୍ରିକା ଆଗରେ ଥିଲା।

ଏହି ଲୋ ସ୍କୋରିଂ ମ୍ୟାଚକୁ ସହଜରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ମାତ୍ର ୮.୫ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ସହଜ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଥର ପାଇଁ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଛି।

Leave A Reply

Your email address will not be published.