ଜିଓ ପରେ ଏୟାରଟେଲ୍ ବଢ଼ାଇଲା ଦର, ଜୁଲାଇ ୩ରୁ ଲାଗୁ ହେବ ନୂଆ ପ୍ଲାନ
![](https://www.odishalink.com/wp-content/uploads/2024/06/AIRTE-740x430.jpg)
ଓଏଲ୍ ବ୍ୟୁରୋ: ଗତକାଲି ଜିଓ ଗ୍ରାହକଙ୍କ ପାଇଁ ଝଟକା ଲାଗିବା ଭଳି ଖବର ଆସିବା ପରେ ଆଜି ଏୟାରଟେଲ୍ ଗ୍ରାହକଙ୍କୁ ତାଯୁବ କଲା ଭଳି ଖବର ଆସିଛି। ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ଏୟାରଟେଲ୍। ନିରନ୍ତର ଭଏସ ପ୍ଲାନ, ପ୍ରତିଦିନିଆ ଡାଟା ପ୍ଲାନରେ ଏୟାରଟେଲ୍ ପରିବର୍ତ୍ତନ ଆଣିଛି।
ଏବେ କେଉଁ ପ୍ଲାନ ପାଇଁ କେତେ ଖର୍ଚ୍ଚ କରିବାକୁ ପଡ଼ିବ ଆସନ୍ତୁ ଜାଣିବା…
୨୮ ଦିନିଆ ପ୍ଲାନ୍ ପାଇଁ ପୂର୍ବରୁ ୧୭୯ ଥିବାବେଳେ ଏବେ ତାହା ୧୯୯ କରାଯାଇଛି। ଯାହା ଜୁଲାଇ ୩ରୁ ଲାଗୁ ହେବ। ସେହିଭଳି ୨୮ ଦିନିଆ ପ୍ଲାନରେ ୨୬୫, ୨୯୯, ୩୫୯, ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡୁଥିଲା । ନୂଆ ପ୍ଲାନରେ ଏବେ ୨୯୯, ୩୪୯, ୪୦୯, ୪୪୯ ଟଙ୍କାର ରିଚାର୍ଜ କରିବାକୁ ପଡିବ। ଅର୍ଥାତ ଆପଣ ଯଦି ୨୬୫ ଟଙ୍କାର ରିଚାର୍ଜ କରୁଥିଲେ ଏବେ ନୂଆ ପ୍ଲାନ ହିସାବରେ ୨୯୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ।