ଜଳମଗ୍ନ ରାଜଧାନୀ, ଆଜି ବସିବ ଜରୁରୀକାଳୀନ ବୈଠକ

ଓଏଲ୍ ବ୍ୟୁରୋ: ଦିଲ୍ଲୀରେ ବର୍ଷାର ବିତ୍ପାତ। ଶୁକ୍ରବାର ଭୋର ସାଢେ ୫ଟା ମଧ୍ୟରେ ଦିଲ୍ଲୀରେ ୧୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୩ ଘଣ୍ଟା ମଧ୍ୟରେ ଏହି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷର ସବୁଠାରୁ ଏହା ଅଧିକ ବର୍ଷା। ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା କାରଣରୁ ଭୟଙ୍କର ଜଳବର୍ଣ୍ଣ ସ୍ତିତି ସୃଷ୍ଟି ହୋଇଛି। ସ୍ତିତି ଅନୁଧ୍ୟାନ ପାଇଁ ଦିଲ୍ଲୀ ସରକାର ଜରୁରୀକାଳୀନ ବୈଠକ ବସିବ।
ସୂଚନା ଅନୁସାରେ, ବର୍ଷା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଓ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ରାଫିକରେ ପାଣି ଜମିବା, ଟ୍ରାଫିକ୍ ଜାମ୍ ଓ ଗଛ ପଡ଼ିଥିବା ଦେଖିବାକୁ ମିଳିଛି । ପାଣି ଜମି ରହିଥିବାରୁ କାର, ବସ୍, ଦୁଇ ଚକିଆ ଯାନ, ଅଟୋ ସେବା ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ସାଇକେଲ୍ ଧରି ଲୋକମାନେ ଯିବା ଆସିବା କରୁଛନ୍ତି। ପ୍ରବଳ ବର୍ଷାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ସାଧାରଣ ଲୋକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କୋଡିଏରୁ ଅଧିକ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି।
ଅନ୍ୟପଟେ ପ୍ରବଳ ବର୍ଷା ଓ ପବନରେ ଭୁଶୁଡ଼ି ପଡ଼ିଛି ଦିଲ୍ଲୀ ବିମାନବନ୍ଦରର ଛାତ। ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରର ଏକ ନମ୍ବର ଟର୍ମିନାଲର ଛାତ ଭୁଶୁଡ଼ି ପଡ଼ିବାରୁ ଯାନବାହାନ ଦବି ଯାଇଛି। ଟର୍ମିନାଲ ୧ରେ ବିମାନ ସେବା ବାତିଲ ହୋଇଥିବା ବେଳେ ଏକାଧିକ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।