Odisha Link
Bridging the Missing Links in Odisha

ରବିବାର ବିଜେପିର ସମ୍ବର୍ଦ୍ଧନା ଉତ୍ସବ, ଉପସ୍ଥିତ ରହିବେ କେନ୍ଦ୍ରୀୟ ନେତୃତ୍ୱ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନଭାର ନେଇଛି ବିଜେପି। ରାଜ୍ୟରେ ବିଜେପି ଶାସନଭାର ନେଇଥିବାବେଳେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ନେଇ କସରତ ଆରମ୍ଭ ହେଲାଣି। ଏହି କ୍ରମରେ ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଉତ୍ସବ ହେବ। ଉତ୍ସବରେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃତ୍ୱ ଉପସ୍ଥିତ ରହିବା ନେଇ ସୂଚନା ରହିଛି।

Leave A Reply

Your email address will not be published.