Odisha Link
Bridging the Missing Links in Odisha

କେଉଁଠି ଅଛନ୍ତି ଆଇପିଏସ୍ ଆଶିଷ ସିଂ? ସ୍ପଷ୍ଟୀକରଣ ରଖିଲେ ପୁଲିସ୍ ଡିଜି

ଓଏଲ୍‌ ବ୍ୟୁରୋ: ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିବା ଆଶିଷ ସିଂଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଡିଜି ଅରୁଣ ଷଡ଼ଙ୍ଗୀ ସ୍ପଷ୍ଟୀକରଣ ରଖିଛନ୍ତି। ଗତ ୩ରୁ ସେ କାମରେ ଯୋଗ ଦେଇଥିବା ସେ କହିଛନ୍ତି। ଏନେଇ ଗୃହ ବିଭାଗ ସ୍ପଷ୍ଟୀକରଣ ଦେଇଥିବା କହିଛନ୍ତି।

ଅନ୍ୟପଟେ, ଆଶିଷ ସିଂଙ୍କୁ ନେଇ ପୁଲିସ୍ ଡିଜିଙ୍କୁ ଚିଠି ଲେଖିଥିଲେ ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ। ମେ ୪ ତାରିଖରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଛୁଟି ନେଇଥିଲେ। ଏହାପରେ ସେ ଛୁଟି ବଢାଇଛନ୍ତି କି ନାହିଁ, ସେନେଇ କୌଣସି ବି ସୂଚନା ଦେଇନାହାଁନ୍ତି। ଯେଉଁ କାରଣରୁ ତାଙ୍କୁ ନେଇ ଏପରି ଚିଠି କରିଥିଲେ ଗୃହ ବିଭାଗର ଅତିରିକ୍ତ ସଚିବ।

ସୂଚନା ଅନୁସାରେ, ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂ। ଛୁଟିରେ ଯାଇ ସେ ବିଜେଡିକୁ ସହଯୋଗ କରୁଥିବା ନେଇ ବିଜେପି ଅଭିଯୋଗ କରିଥିଲା। ଏହାପରେ ଭାରତୀୟ ନିର୍ବାଚନ କମିସନ ଏମ୍ସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ମେଡିକାଲ ଟିମ୍ ତାଙ୍କୁ ପୂରା ଫିଟ୍ ବୋଲି ଘୋଷଣା କରିବା ପରେ, ଇସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.