Odisha Link
Bridging the Missing Links in Odisha

ହୁ ହୁ ହୋଇ ଜଳିଲା ଚଳନ୍ତା ବସ୍‌, ସୁରକ୍ଷିତ ଉଦ୍ଧାର ହେଲେ ଯାତ୍ରୀ

ଓଏଲ୍‌ ବ୍ୟୁରୋ: କଟକରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତିଲେ ଯାତ୍ରୀ। କାରଣ ଚଳନ୍ତା ବସ୍‌ ହଠାତ ଜାଳିବାର ଖବର ସାମ୍ନାକୁ ଆସିଛି। କଟକ ସିଡିଏ ସେକ୍ଟର-୯ରେ ଆଜି ‘ମୋ ବସ୍’ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ହେଲେ ଏହି ନିଆଁରେ କାହାର କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି।

ସୂଚନା ଅନୁସାରେ, କଟକ ସିଡିଏ ସେକ୍ଟର-୯ରେ ମୋ ବସରେ ପ୍ରଥମେ ଧୂଆଁ ବାହାରିଥିଲା। ଧୂଆଁ ବାହାରୁଥିବା ଜାଣି ବସ୍ ଡ୍ରାଇଭର ଗାଡିଟିକୁ ଅଟକାଇ ଦେଇଥିଲେ। କୌଣସି ଅଘଟଣ ଆଶଙ୍କା କରି ତୁରନ୍ତ ଗାଡିରୁ ଯାତ୍ରୀ ଓହ୍ଲାଇ ପଡିଥିଲେ। କିଛି ସମୟ ପରେ ବସ୍‌ଟି ଜଳିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ତେବେ କିଭିଳି ବସରେ ନିଆଁ ଲାଗିଲା, ତାର କାରଣ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.