Odisha Link
Bridging the Missing Links in Odisha

ଟେଷ୍ଟ ମ୍ୟାଚରେ ଇତିହାସ ରଚିଲେ ସ୍ମୃତି-ଶେଫାଳି, ୨ୟ ଭାରତୀୟ ମହିଳା ଭାବେ ଶେଫାଳିଙ୍କ ଦ୍ବିଶତକ

ଓଏଲ୍‌ ବ୍ୟୁରୋ: ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଓ ଶେଫାଳି ବର୍ମା। ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଭାରତୀୟ ମହିଳା ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତର ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ କରିଛନ୍ତି ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର ଓପନର ସ୍ମୃତି ମାନ୍ଧନା ଓ ଶେଫାଳି ବର୍ମା। ଟିମ୍‌କୁ ଦମଦାର ଆରମ୍ଭ ଦେବା ସହିତ ଟେଷ୍ଟ କ୍ରିକେଟରେ ଇତିହାସ ରଚିଛନ୍ତି। ଦୁଇ ଖେଳାଳି ଶତକୀୟ ଇନିଂସ୍‌ ଖେଳିଥିବା ବେଳେ ଓପନର ଭାବେ ମହିଳା ଟେଷ୍ଟ କ୍ରିକେଟ ଇତିହାସରେ ସବୁଟୁ ବଡ଼ ପାର୍ଟନରସିପ୍‌ ଇନିଂସ୍‌ ଖେଳିଛନ୍ତି।ଏଥିସହିତ କ୍ୟାରିୟରର ପ୍ରଥମ ଦ୍ବିଶତକ ଇନିଂସ୍‌ ଖେଳିଛନ୍ତି। ୨ୟ ଭାରତୀୟ ମହିଳା କ୍ରିକେଟର ଭାବେ ଦ୍ବିଶତକୀୟ ଇନିଂସ୍‌ ଖେଳିଛନ୍ତି ଶେଫାଳି।

ମହିଳା ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଓ୍ବିକେଟରେ ବଡ଼ ପାର୍ଟନରସିପ୍‌ ଇନିଂସ୍‌ ପାକିସ୍ତାନର କିରଣ ବଲୁଚ ଓ ସାଜିଦା ଶାହଙ୍କ ନାମରେ ଥିଲା। ଦୁହେଁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ପ୍ରଥମ ଓ୍ବିକେଟିରେ ୨୪୧ ରନର ଇନିଂସ୍‌ ଖେଳିଥିଲେ। ଏବେ ଏହି ରେକର୍ଡକୁ ଭାଙ୍ଗି ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ୍‌ ଇଣ୍ଡିଆର ଓପନିଂ ଯୋଡ଼ି ସ୍ମୃତି ମାନ୍ଧନା ଓ ଶେଫାଳି ବର୍ମା। ଦୁଇ ଖେଳାଳି ପ୍ରଥମ ଓ୍ବିକେଟ ଭାଗିଦାରୀରେ ୨୯୨ ରନ୍‌ ସ୍କୋର କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ଦମଦାର ଫର୍ମରେ ନଜର ଆସିଛନ୍ତି ସ୍ମୃତି ମାନ୍ଧାନ ଓ ଶେଫାଳି ବର୍ମା। ଦୁଇ ଖେଳାଳି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ହିଁ ଶତକୀୟ ଇନିଂସ୍‌ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳକୁ ଦମଦାର ଆରମ୍ଭ ଦେଇଛନ୍ତି ଦୁଇ ଖେଳାଳି। ସ୍ମୃତି ଟେଷ୍ଟ କ୍ୟାରିୟରର ୨ୟ ଶତକ ହାସଲ କରିଥିବା ବେଳେ ଶେଫାଳି ବର୍ମା ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଛନ୍ତି। ସ୍ମୃତି ମାନ୍ଧନା ୧୪୯, ସୁଭା ସତିଶ ୧୫ ରନ୍‌ କରି ଆଉଟ୍‌ ହୋଇଛନ୍ତି। ବର୍ତ୍ତମା କ୍ରିଜରେ ଶେଫାଳି ବର୍ମା (୨୦୦) ଓ ଜେମିନା (୩୩) ରନ୍‌ କରି କ୍ରିଜରେ ବ୍ୟାଟିଂ ଜାରି ରଖିଛନ୍ତି। ଖବର ଲେଖା ହେବା ବେଳକୁ ୭୨ ଓଭରରେ ୨ ଓ୍ବିକେଟ ହରାଇ ୪୦୧ ରନ୍‌ ସ୍କୋର କରିଛି ଭାରତୀୟ ମହିଳା ଦଳ।

Leave A Reply

Your email address will not be published.