Odisha Link
Bridging the Missing Links in Odisha

ଗୋଟିଏ ମ୍ୟାଚରେ ରୋହିତଙ୍କ ୪ଟି ଦମଦାର ରେକର୍ଡ

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ। ତୃତୀୟ ଥର ପାଇଁ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କଲା ଭାରତ। ଚଳିତ ବିଶ୍ବକପ୍‌ର ୨ୟ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡ ଦଳକୁ ୬୮ ରନ୍‌ରେ ହରାଇଛି ଭାରତ। ଏଥିସହିତ ଅଧିନାୟକ ଭାବେ ୪୯ ତମ ମ୍ୟାଚ ଜିତି ଦୁନିଆର ସଫଳ ଟି-୨୦ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା। ସେ ପାକିସ୍ତାନର ବାବର ଆଜମ୍‌ଙ୍କୁ ପଛରେ ପକାଇ ବିଶ୍ବ କ୍ରିକେଟର ସବୁଠୁ ସଫଳ ଟି-୨୦ ଅଧିନାୟକ ମାନ୍ୟତା ପାଇଛନ୍ତି ହିଟ୍‌ ମ୍ୟାନ୍। ବାବର ଆଜମ ଅଧିନାୟକ ଭାବେ ଟି-୨୦ କ୍ରିକେଟରେ ୪୮ଟି ମ୍ୟାଚ୍‌ ଜିତିଥିବା ବେଳେ ରୋହିତ ୪୯ଟି ମ୍ୟାଚ୍‌ ଜିତିଛନ୍ତି।

ଭାରତ-ଇଂଲଣ୍ଡ ମ୍ୟାଚରେ ହୋଇଥିବା ରେକର୍ଡ ଉପରେ ପକାନ୍ତୁ ନଜର:

୧: ଟି-୨୦ ବିଶ୍ବକପ୍‌ରେ ସର୍ବାଧିକ ଚୌକା

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିଲେ। ସେ ସେହି ଇନିଂସ୍‌ରେ ୪ଟି ଚୌକା ମାରିଥିଲେ। ଟି-୨୦ ବିଶ୍ବକପ୍‌ରେ ସର୍ବାଧିକ ଚୌକା ମାରିଛନ୍ତି। ବିଶ୍ବକପ୍‌ରେ ଚୌକା ମାରିବା ମାମଲାରେ ରୋହିତ ଆଗରେ ରହିଛନ୍ତି। ସେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମହେଲା ଜୟବର୍ଦ୍ଧେନଙ୍କ ପଛରେ ପକାଇ ଟି-୨୦ ବି‌ଶ୍ବକପ୍‌ରେ ସର୍ବାଧିକ ଚୌକା ମାରିଛନ୍ତି। ରୋହିତ ଶର୍ମା (୧୧୩) ଚୌକା ମାରିଥିବା ବେଳେ ମହେଲା ଜୟବର୍ଦ୍ଧେନ (୧୧୧)ଟି ଚୌକା ମାରି ଦ୍ବିତୀୟ ସ୍ଥାନରେ ଅଛନ୍ତି। ସେହିପରି ଏହି ତାଲିକାର ୩ୟ ସ୍ଥାନରେ ରନ୍‌ ମେସିନ୍‌ ବିରାଟ କୋହଲି ରହିଛନ୍ତି। ତାଙ୍କ ନାମରେ ୧୦୫ଟି ଚୌକା ରହିଛି।

୨: ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ମୁକାବିଲାରେ ସର୍ବାଧିକ ଛକା
ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୨ଟି ଛକା ମାରିଥିଲେ। ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ମ୍ୟାଚରେ ସବୁଠୁ ଅଧିକ ଛକା ମାରିବା ମାମଲାରେ ରୋହିତ ଆଗରେ ରହିଛନ୍ତି। ରୋହିତ ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ମୁକାବିଲାରେ ୨୨ଟି ଛକା ମାରିଛନ୍ତି। ତାଙ୍କ ପଛକୁ ଓ୍ବେଷ୍ଟିଣ୍ଡିଜର କ୍ରିସ୍‌ ଗେଲ୍‌ ଅଛନ୍ତି। ସିଏ ୨୧ଟି ଛକା ମାରିଥିଲେ। ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ରୋହିତ ଶର୍ମା।

୩: ୫ ହଜାରରୁ ଅଧିକ ରନ୍‌ କରିବାରେ ୫ମ ଭାରତୀୟ ଅଧିନାୟକ ହେଲେ ରୋହିତ
ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୫ମ ଭାରତୀୟ ଅଧିନାୟକ ଭାବେ ୫ ହଜାରରୁ ଅଧିକ ରନ୍‌ ସ୍କୋର କରିଛନ୍ତି। ତାଙ୍କ ପୂର୍ବରୁ ଏହି କ୍ଲବରେ ବିରାଟ କୋହଲି (୧୨,୮୮୩), ଏମ୍‌ଏସ୍‌ ଧୋନି (୧୧,୨୦୭), ମହମ୍ମଦ ଆଝାରୁଦ୍ଧିନ (୮,୦୯୫), ସୌରଭ ଗାଙ୍ଗୁଲି (୭,୬୪୩) ରନ୍‌ ସ୍କୋର କରି ପ୍ରଥମରୁ ୪ର୍ଥ ସ୍ଥାନରେ ରହିଛନ୍ତି। ୫ମ ସ୍ଥାନରେ ରୋହିତ ଶର୍ମା ଅଛନ୍ତି। ସେ ୫,୦୧୩ ରନ୍‌ ସ୍କୋର କରିଛନ୍ତି।

Leave A Reply

Your email address will not be published.