ଭୁଶୁଡ଼ିଲା ବିମାନବନ୍ଦରର ଛାତ; ୩ ମୃତ, ଏକାଧିକ ଉଡ଼ାଣ ପ୍ରଭାବିତ
ଓଏଲ୍ ବ୍ୟୁରୋ: ଦିଲ୍ଲୀ ବର୍ଷା ସୃଷ୍ଟି କରିଛି ନାହିଁ ନଥିବା ପରିସ୍ଥିତି। ବର୍ଷା ଓ ପବନରେ ଦିଲ୍ଳୀ ବିମାନବନ୍ଦର ଛାତ ଭୁଶୁଡ଼ି ପଡିଛି।ଟର୍ମିନାଲ-୧ରେ ଛାତ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଗୁରୁତର ଆହତ ହୋଇଛନ୍ତି। ଟର୍ମିନାଲ୍ ଛାତ ଭୁଶୁଡ଼ିବାରୁ ଏକାଧିକ କାର କ୍ଷତିଗ୍ରସ୍ତ ହୋଇଛି। ଛାତ ଭଗ୍ନାଂବଶେଷ ତଳେ କିଛି କାର୍ ଚାପି ହୋଇଛି। କାର ଭିତରେ ଥିବା ଲୋକ ଆହତ ହୋଇଛନ୍ତି। ଭୋର ସାଢ଼େ ୫ଟା ବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟର୍ମିନାଲ-୧ରେ ବିମାନ ସେବା ବାତିଲ୍ ହୋଇଥିବାବେଳେ ଏକାଧିକ ଉଡ଼ାଣ ପ୍ରଭାବିତ ହୋଇଛି।