ବଡ଼ ଅଘଟଣ: ଭାସିଗଲା ସେନା ଟ୍ୟାଙ୍କ, ୫ ଯବାନ ସହିଦ

ଓଏଲ୍ ବ୍ୟୁରୋ: ଏଲଏସିରେ ବଡ଼ ଅଘଟଣ। ଲଦାଖର ନଦୀରେ ଭାସିଗଲା ଭାରତୀୟ ସେନାର ଟ୍ୟାଙ୍କ। ଚୀନ୍ ସୀମାରେ ଏଲଏସିରେ ଅଭ୍ୟାସ ବେଳେ ହୋଇଛି ଏହି ବଡ଼ ଅଘଟଣ। ଫଳରେ ଏଥିରେ ୫ ଜଣ ଯାବାନରେ ସହିଦ ହୋଇଥିବା ସୂଚନା ମିଳିଛି।
ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢ଼ିଥିଲା। ଜଳସ୍ତର ବଢିବା କାରଣରୁ ଟ୍ୟାଙ୍କ୍ ନଦୀରେ ଭାସି ଯାଇଥିଲା। ଏହି ଦୁର୍ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ମୃତକଙ୍କ ଭିତରେ ଅଛନ୍ତି ଜଣେ ଜେସିଓ ଏବଂ ୪ ଜଣ ଯବାନ। ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତ ରାତି ଗୋଟାଏ ବେଳେ ଦୌଲତ ବେଗ ଓଲଡି ଅନ୍ତର୍ଗତ ବୋଧି ନଦୀରେ ବୁଡ଼ି ଯାଇଥିଲା ସେନାର ଗୋଟିଏ T-72 ଟ୍ୟାଙ୍କ। ସେନା ପକ୍ଷରୁ ବୋଧି ନଦୀରେ ଅଭ୍ୟାସ ଚାଲିଥିଲା। ଏତିକି ବେଳେ ହଠାତ୍ ମାଡି ଆସିଥିଲା ପାଣି। ବଢି ପାଣିରେ ବୁଡ଼ି ଯାଇଥିଲା T-72 ଟ୍ୟାଙ୍କ। ଏହି ଟ୍ୟାଙ୍କରେ ୫ ଜଣ ଯବାନ ଥିଲେ।