Odisha Link
Bridging the Missing Links in Odisha

ବିରାଟ, ରୋହିତଙ୍କ ପରେ ଜାଡେଜା ନେଲେ ଅବସର

ଓଏଲ୍‌ ବ୍ୟୁରୋ: ସାରା ଦେଶ ଟି-୨୦ ବିଶ୍ବକପ ବିଜୟୀର ଉତ୍ସବ ମନାଉଥିବା ବେଳେ ଗତକାଲି ବିରାଟ କୋହଲି ଓ ରୋହିତ ଶର୍ମା କରିଥିଲେ ବଡ଼ ଘୋଷଣା। ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇ ଘୋଷଣା କରିଥିଲେ ଦୁଇ ଷ୍ଟାର ଖେଳାଳିି। ଏହି କ୍ରମରେ ଆଜି ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ନେଇ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।

ଟି-୨୦ ଫର୍ମାଟରେ ଜାଡେଜା ୨୦୦୯ରେ ଡେବ୍ୟୁ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ଟି-୨୦ରେ କ୍ୟାରିୟର ଆରମ୍ଭ କରିଥିଲେ ଜାଡେଜା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଫାଇନାଲ ମ୍ୟାଚ୍ ଖେଳିବା ସହ ନିଜର ଅନ୍ତର୍ଜାତୀୟ ଟି-୨୦ ଅଭିଯାନ ଶେଷ କରିଛନ୍ତି ଜାଡେଜା। ଫାଇନାଲରେ ଜାଡେଜା ୨ ରନ୍ କରିଥିବା ବେଳେ ଗୋଟିଏ ଓଭର ବୋଲିଂ କରି ୧୨ ରନ୍ ବ୍ୟୟ କରିଥିଲେ।

୩୫ ବର୍ଷିୟ ରବିନ୍ଦ୍ର ଜାଡେଜା ଭାରତ ପାଇଁ ୭୪ଟି ଟି-୨୦ ମୁକାବିଲା ଖେଳିଛନ୍ତି। ସେ ଦଳ ପାଇଁ ୫୧୫ ରନ୍‌ ସ୍କୋର କରିଥିବା ବେଳେ ୫୪ଟି ଓ୍ବିକେଟ ମଧ୍ୟ ନେଇଛନ୍ତି। ଦମଦାର ଫିଲ୍ଡିଂ ପାଇଁ ମଧ୍ୟ ଜାଡେଜା ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

Leave A Reply

Your email address will not be published.