Odisha Link
Bridging the Missing Links in Odisha

ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜନଶୁଣାଣି କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଏଲ୍‌ ବ୍ୟୁରୋ: ବଦଳିଛି ରାଜ୍ୟ ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନଭାର ନେଇଛି ବିଜେପି ସରକାର। ଲୋକଙ୍କ ବିଭିନ୍ନ ଅସୁବିଧା ମୁଦ୍ଦା କରି ରାଜ୍ୟରେ ବାଜି ମାରି ନେଇଥିବାବେଳେ ସେ ସବୁ ମୁଦ୍ଦାକୁ ପୂରଣ କରିବା ପାଇଁ ତତ୍ପରତା ଦେଖାଉଛନ୍ତି। ଏହି କ୍ରମରେ ଜୁଲାଇ ପହିଲା ଅର୍ଥାତ ଆଜିଠୁ ଆରମ୍ଭ ହୋଇଛି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର। ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିଛନ୍ତି ମୋହନ ଚରଣ ମାଝୀ। ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମ ସୋମବାର ଅଭିଯୋଗର ଶୁଣାଣି ପାଇଁ ପହଞ୍ଚିଲେ। ଗୁହାରି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଲୋକ ଆସିଛନ୍ତି। କେତେକ ଦିବ୍ୟାଙ୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଆସିଥିଲେ।

ଅଭିଯୋଗ ଶୁଣାଣି ପାଇଁ ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ପଞ୍ଜୀକରଣର ସମୟସୀମା ରଖାଯାଇଛି। ଆଗ୍ରହୀ ବ୍ୟକ୍ତି ସେଠାରେ ଉପସ୍ଥିତ ରହି ନିଜ ପଞ୍ଜୀକରଣ କରାଇ ପାରିବେ। ଦିବ୍ୟାଙ୍ଗ, ମହିଳା ଓ ବୟସ୍କଙ୍କ ପାଇଁ ଶିବିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ବର୍ଷକ ପରେ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ। ଲୋକଙ୍କ ସବୁ ପ୍ରକାର ସମସ୍ୟାର ସମାଧାନ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୂଚନା ଦେଇଥିଲେ।

Leave A Reply

Your email address will not be published.