Odisha Link
Bridging the Missing Links in Odisha

ବାର୍ ଓ ପବ୍‌କୁ ଚେତାବନୀ; ନିୟମ ଉଲ୍ଲଂଘନ କଲେ ବାତିଲ ହେବ ଲାଇସେନ୍ସ

ଓଏଲ୍‌ ବ୍ୟୁରୋ: ଆକ୍ସନ୍ ମୋଡ଼ରେ ଅବକାରୀ କମିଶନର। ରାଜଧାନୀରେ ଅବକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ ଅଭିଯୋଗ ଆସିବା ପରେ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ରାତି ତମାମ ଖୋଲୁଥିବା ବାର, ପବ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଅବକାରୀ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବନ୍ଦ ନହେଲେ ପ୍ରଥମ ଚଢ଼ାଉରେ ଫାଇନ୍‌ ହେବ। ବାରମ୍ବାର ଉଲ୍ଲଂଘନ କଲେ ପବ୍‌, ବାର୍‌ ଲାଇସେନ୍ସ ବାତିଲ କରାଯିବ। ଅଫିସର ସଠିକ କାର୍ଯ୍ୟ ନକଲେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନା ଅନୁସାରେ, ନିୟମ କହୁଛି ରାତି ୧୨ଟା ପର୍ଯ୍ୟନ୍ତ ବାରରେ ମଦ ବିକ୍ରି କରାଯାଇପାରିବ। ମାଲିକ ମାନେ ଚାହିଁଲେ ଏକ୍ସଟେଣ୍ଡ ଲାଇସେନ୍ସ ନେଇ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ବାର ଚଲାଇପାରିବେ। କିନ୍ତୁ କିଛି ବାର ଗୁଡ଼ିକ ନିୟମକୁ ଉଲ୍ଲଂଘନ କରୁଛନ୍ତି। ରାତି ତମାମ ନାଚ ଗୀତର ଆସର ଜମାଇ ଭୋର ପର୍ଯ୍ୟନ୍ତ ବାର ଚଳାଉଛନ୍ତି। ଆଉ ଗ୍ରାହକ ମାନେ ଭିଡ଼ିଓ କରି ସମୟ ସହିତ ଏହାକୁ ପୋଷ୍ଟ କରିଛନ୍ତି। ବାର ମାଲିକଙ୍କ ଏହି ସବୁ କାଣ୍ଡ କାରନାମା ସାମ୍ନାକୁ ଆସିବା ପରେ ଅବକାରୀ ଅଫିସରଙ୍କୁ ତାଗିଦ କରିଛନ୍ତି ଅବକାରୀ ବିଭାଗ କମିଶନର। କହିଛନ୍ତି ଯେଉଁ ବାର ଗୁଡ଼ିକ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ବାରମ୍ବାର ଉଲ୍ଲଘଂନ କଲେ ବାର ଲାଇସେନ୍ସକୁ ରଦ୍ଦ କରାଯିବ।

Leave A Reply

Your email address will not be published.