Odisha Link
Bridging the Missing Links in Odisha

ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାର ନୂଆ ରେକର୍ଡ

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଜୁନ ମାସରେ ଜିଏସ୍‌ଟି ସଂଗ୍ରହରେ ନୂଆ ରେକର୍ଡ ହୋଇଛି। ରାଜ୍ୟ ଜିଏସଟି ବିଭାଗ ଅଧୀନରେ ୨୪ ପ୍ରତିଶତ ଅଭିବୃଦ୍ଧି ହାର ରେକର୍ଡ କରାଯାଇଛି। ଓଡ଼ିଶା ୨୦୩୯.୭୧ କୋଟି ଟଙ୍କା ସଂଗ୍ରହ ରେକର୍ଡ କରିଛି। ଜୁନ୍ ୨୦୨୪ ପର୍ଯ୍ୟନ୍ତ ରାଜ୍ୟ ଜିଏସଟି ଅନ୍ତର୍ଗତ ପ୍ରଗତିଶୀଳ ସଂଗ୍ରହ ୭୦୦୦.୯୮ କୋଟି ଟଙ୍କା ରହିଛି। ଯାହା ଜୁନ୍ ୨୦୨୩ ପର୍ଯ୍ୟନ୍ତ ୫୪୨୭.୧୦ କୋଟି ଟଙ୍କା ସଂଗ୍ରହ ସହିତ ୨୯.୦୦% ବୃଦ୍ଧି ହୋଇଥିବା ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ୨୦୨୪ ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସଟି କ୍ଷେତ୍ରରେ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଥିଲା। ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା କ୍ଷେତ୍ରରେ ତୃତୀୟ ସର୍ବାଧିକ ସଂଗ୍ରହ ହୋଇଥିଲା। ଏନେଇ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ପକ୍ଷରୁ ସୂଚନା ମିଳିଥିଲା। କେନ୍ଦ୍ରୀୟ ଜିଏସଟି, ସମନ୍ବିତ ଜିଏସଟି, ରାଜ୍ୟ ଜିଏସଟି ଓ ଅତିରିକ୍ତ ଟିକସ ମିଶାଇ ୨୦୨୪ ମସିହା ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସ୍‌ଟି କ୍ଷେତ୍ରରେ ଏଯାବତ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଥିଲା।

Leave A Reply

Your email address will not be published.