Odisha Link
Bridging the Missing Links in Odisha

ସଂସଦରେ ନିଟ୍ ଝଡ଼, ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଗୃହ କାର୍ଯ୍ୟ ଜାରି

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ପ୍ରଥମ ଦିନରୁ ହିଁ ସଂସଦରେ ନିଟ୍ ଝଡ଼ ଦେଖିବାକୁ ମିଳିଥିଲା। ଆଜି ମଧ୍ୟ ସ୍ଵତନ୍ତ୍ର ଅଧିବେଶନର ଷଷ୍ଠ ଦିନରେ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ହଙ୍ଗାମା ମଧ୍ୟରେ ଗୃହ କାର୍ଯ୍ୟ ଜାରି ରହିଛି। ନିଟ୍ ଅନିୟମିତତା, ଇଡି ଓ ସିବିଆଇର ଦୂରପୋଯୋଗକୁ କେନ୍ଦ୍ର କରି ଗୃହରେ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୃହ ବାହାରେ ମଧ୍ୟ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସୂଚନା ଥାଉକି, ସାରା ଦେଶରେ ନିଟ୍‌ ପରୀକ୍ଷା ବିବାଦ ଜୋରଦାର ବିରୋଧ ଜାରି ରହିଥିବା ବେଳେ ସଂସଦରେ ପ୍ରଥମ ଦିନରୁ ନିଟ୍ ଝଡ଼ ଦେଖିବାକୁ ମିଳିଥିଲା। ନିଟ୍ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ପରେ ମୁଲତବି ଘୋଷଣା କରାଯାଇଥିଲା। ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ବାଚସ୍ପତି ମୁଲତବି ଘୋଷଣା କରିଥିଲେ।

Leave A Reply

Your email address will not be published.