Odisha Link
Bridging the Missing Links in Odisha

ତ୍ବରିତ ନ୍ୟାୟ ପ୍ରଦାନ ନୂତନ ଆଇନର ମୂଳ ଲକ୍ଷ୍ୟ: ଡିଜି

ଓଏଲ୍‌ ବ୍ୟୁରୋ: ହଟିଲା ବ୍ରିଟିଶ ନିୟମ। ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ଆଜିଠୁ ଇତିହାସ ପାଲଟିଯାଇଛି IPC, CrPC ଓ ଏଭିଡେନ୍ସ ଆକ୍ଟ। ଅପରାଧିକ ନ୍ୟାୟ ପ୍ରଣାଳୀରେ ଆମୂଳଚୂଳ ପରିବର୍ତ୍ତନ ସହ ଭାରତୀୟ ଦଣ୍ଡ ବିଧି ଆଇନରେ ବ୍ୟାପକ ସଂସ୍କାର ଅଣାଯାଇଛି। କାର୍ଯ୍ୟକାରୀ ହୋଇଥିବା ୩ଟି ନୂଆ ଫୌଜଦାରୀ ଆଇନ ଅନୁସାରେ ଟୁଇନ୍‌ସିଟିର ଲକ୍ଷ୍ମୀସାଗର ଥାନାରେ ପ୍ରଥମ ମାମଲା ରୁଜୁ ହୋଇଛି।

ନୂଆ ଅପରାଧିକ ଆଇନ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି, ତ୍ବରିତ ନ୍ୟାୟ ପ୍ରଦାନ ଆଇନର ମୂଳ ଲକ୍ଷ୍ୟ। ପୂର୍ବ ଆଇନରେ ଦେଶ ପ୍ରଥମ ଥିଲା, ଏବେ ବ୍ୟକ୍ତିଙ୍କୁ ପ୍ରାଥମିକତା। ସମାଜର ସବୁ ବର୍ଗର ବ୍ୟକ୍ତି ଯେମିତି ନ୍ୟାୟ ପାଇବେ, ଆଇନରେ ବ୍ୟବସ୍ଥା ରହିଛି। ଜଣେ ବ୍ୟକ୍ତି ଯେକୌଣସି ଥାନାରେ ଏଣିକି ଏତଲା ଦେଇପାରିବେ। ଯେକୌଣସି ଥାନାରେ ଏତଲା ଦେବାକୁ ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥା ରହିଛି। ଜଣେ ବ୍ୟକ୍ତି ଚାହିଁଲେ ମେଲ୍‌ରେ ଇ-ଏତଲା ମଧ୍ୟ ଦେଇପାରିବେ। ତେବେ ୩ ଦିନ ମଧ୍ୟରେ ସଂପୃକ୍ତ ଥାନାରେ ପହଞ୍ଚି ଦସ୍ତଖତ କରିବାକୁ ପଡ଼ିବ। ୩ ଦିନ ଭିତରେ ନପହଞ୍ଚିଲେ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯିବନି।

Leave A Reply

Your email address will not be published.