Odisha Link
Bridging the Missing Links in Odisha

ଅନୁମତି ବିନା ତାଳଗଛ କାଟିବା ମନା, ନଚେତ୍ ମିଳିବ ଦଣ୍ଡ

ଓଏଲ୍‌ ବ୍ୟୁରୋ: ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବଜ୍ରପାତଜନିତ ମୃତ୍ୟୁକୁ ହ୍ରାସ କରିବାକୁ ରାଜ୍ୟରେ ବହୁ ପରିମାଣରେ ତାଳଗଛ ଲଗାଯିବ। ଦିନକୁ ଦିନ ବଜ୍ରାଘାତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ବିପର୍ଯ୍ୟୟ ଜନିତ ମୃତ୍ୟୁର ସାବୁଠୁ ବଡ କାରଣ ପାଲଟିଛି। ତେବେ ବଜ୍ରାଘାତ ଜନିତ ମୃତ୍ୟୁକୁ ରୋକିବାକୁ ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ବଡ ସୂଚନା ଦେଇଛନ୍ତି। ଏଣିକି ତାଳଗଛ କାଟିବା ପାଇଁ ବନ ବିଭାଗ ପକ୍ଷରୁ ଅନୁମତି ନେବାକୁ ପଡ଼ିବ। ନିଜ ବାଡ଼ିରେ ହୋଇଥିବା ତାଳଗଛ କାଟିବା ପାଇଁ ମଧ୍ୟ ବନ ବିଭାଗ ପକ୍ଷରୁ ଅନୁମତି ନେବାକୁ ପଡ଼ିବ। ବିନା ଅନୁମତିରେ ତାଳଗଛ କାଟିଲେ କଡା କାର୍ଯ୍ୟଅନୁଷ୍ଠାନ ନିଆଯିବ ବୋଲି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.