Odisha Link
Bridging the Missing Links in Odisha

‘ରଥଯାତ୍ରା ଦିନ ବଡ଼ଦେଉଳକୁ ଭିଆଇପି ପ୍ରବେଶ ମନା’

ଓଏଲ୍‌ ବ୍ୟୁରୋ: ଆଉ ଦିନ କେଇଟା ପରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଭଳି ଚଳିତ ବର୍ଷର ରଥଯାତ୍ରା ନୀତିକାନ୍ତି କରାଯିବ। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ କାଲି ପୁରୀରେ ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଏହା ସହ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ରଥଯାତ୍ରାରେ ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କୁ ପ୍ରବେଶ ମନା କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଇନ ଶୃଙ୍ଖଳା କଡ଼ାକଡ଼ି କରାଯାଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.