Odisha Link
Bridging the Missing Links in Odisha

ଭୋଳା ବାବା ସତସଙ୍ଗରେ ବଡ଼ ଅଘଟଣ, ଚାଲିଗଲା ୨୭ ଜୀବନ; ଅନେକ ଗୁରୁତର

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶର ହାଦରସ ଜିଲ୍ଲା ସିକନ୍ଦରାରାଓ ନିକଟରେ ବଡ଼ ଅଘଟଣ। ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୯ ଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ସେହିପରି ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ସେମାନଙ୍କୁ ଏଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏଯାବତ୍ ଏଟା ହସ୍‌ପିଟାଲକୁ ୨୭ଟି ମୃତଦେହ ଆସିଛି। ସେମାନଙ୍କ ମଧ୍ୟରେ ୨୩ ଜଣ ମହିଳା, ୩ ଜଣ ଶିଶୁ ଓ ଜଣେ ପୁରୁଷ ଅଛନ୍ତି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି ବୋଲି ଏଟା ଏସ୍‌ଏସ୍‌ପି ରାଜେଶ କୁମାର ସିଂହ କହିଛନ୍ତି।

Leave A Reply

Your email address will not be published.