Odisha Link
Bridging the Missing Links in Odisha

୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ସନ୍ତୋଷ ଗିରଫ

ଓଏଲ୍‌ ବ୍ୟୁରୋ: ବନ୍ଧା ହେଲା ରାଜଧାନୀ ଭୁବନେଶ୍ବରରେ ୩ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ। ଆଜି କମିଶନରେଟ୍‌ ପୁଲିସ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିବା ସହିତ କୋର୍ଟଚାଲାଣ କରାଯାଇଛି। ଅନ୍ୟପଟେ ପୀଡିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି।

ଗତକାଲି ପୀଡ଼ିତାଙ୍କୁ ଧରି ତାଙ୍କ ବାପା ଘର ସମ୍ମୁଖ ଦାଣ୍ଡରେ ବୁଲାଉଥିଲେ। ଉକ୍ତ ସମୟରେ ନିଶାସକ୍ତ ଥିବା ସନ୍ତୋଷ ବିଭିନ୍ନ ପ୍ରଲୋଭନ ଦେଖାଇ ପିଲାଟିକୁ ନିଜ ଘରକୁ ନେଇ ଯାଇଥିଲେ। ସେଠାରେ କେହି ନ ଥିବା ସୁଯୋଗରେ ସେ କବାଟ ଦେଇ ଶିଶୁଟି ସହ ଦୁଷ୍କର୍ମ କରିଥିଲେ। ଶିଶୁଟି ଚିତ୍କାର କରିବାରୁ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ଏହାପରେ ଭୟଭୀତ ହୋଇ ପଡ଼ିଥିବା ସନ୍ତୋଷ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ପିଲାଟିକୁ ପରିବାର ଲୋକେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏଭଳି ଚାଞ୍ଚଲ୍ୟକର ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିଲା। ଅଭିଯୁକ୍ତ ସନ୍ତୋଷକୁ ଖୋଜା ଖୋଜି କରିଥିଲା। ଏହାପରେ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଗତ ରାତିରେ ତାଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି।

Leave A Reply

Your email address will not be published.