Odisha Link
Bridging the Missing Links in Odisha

କେନିୟାରେ ଥମୁନି ହିଂସା, ଭାରତୀୟ ନାଗରିକଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ଓଏଲ୍‌ ବ୍ୟୁରୋ: କେନିୟାରେ ସରକାର ଅଧିକ ଟ୍ୟାକ୍ସ ସଂଗ୍ରହ ପାଇଁ ନୂଆ ଟିକସ ବୃଦ୍ଧି ବିଲ୍‌ ଲାଗୁ କରିଥିଲେ। ତେବେ ଲୋକେ ଏହାକୁ ଜୋରଦାର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ଥିଲେ। ଏପରିକି ବିକ୍ଷୋଭକାରୀମାନେ ସଂସଦ ଗୃହରେ ପଶି ନିଆଁ ଲଗାଇ ଦେଇଥିଲେ। ନୂଆ ଆୟକର ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ରହିଥିବାବେଳେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୬୧ ଆହତ ହୋଇଛନ୍ତି। ଏଥି ସହ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି।

ଭାରତୀୟ ଉଚ୍ଚ ଆୟୋଗ କହିଛନ୍ତି, କେନିୟାରେ ରହୁଥିବା ଭାରତୀୟ ନାଗରିକମାନେ ଅପଡେଟ୍ ପାଇଁ ସ୍ଥାନୀୟ ଖବର ଅନୁସରଣ କରିବା ଉଚିତ। ମିଶନ ୱେବସାଇଟ୍ ଓ ସୋସିଆଲ ମିଡିଆ ପାଳନ ବ୍ୟବହାର କରିବା ଉଚିତ। ସରକାରୀ ରିପୋର୍ଟ ଅନୁସାରେ, କେନିଆରେ ବର୍ତ୍ତମାନ ପ୍ରାୟ ୨୦ ହଜାର ଭାରତୀୟ ରହୁଛନ୍ତି। ତେବେ ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସେସବୁରୁ ଡୁରେଈ ରହିବାକୁ ଭାରତୀୟ ନାଗରିକ ମାନଙ୍କୁ କୁହାଯାଇଛି।

Leave A Reply

Your email address will not be published.