Odisha Link
Bridging the Missing Links in Odisha

ସମ୍‌ ହସ୍ପିଟାଲ୍‌ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବିରଳ ସଚେତ ଅବସ୍ଥାରେ ମସ୍ତିଷ୍କ ଅସ୍ତ୍ରୋପଚାର ସମ୍ପନ୍ନ

ଓଏଲ୍‌ ବ୍ୟୁରୋ: ଅତ୍ୟାଧୁନିକ ନ୍ୟୁରୋ ଏବଂ ସ୍ପାଇନ୍ସ ସର୍ଜରୀ ମାଧ୍ୟମରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ୭୧ ବର୍ଷୀୟ ଜଣେ ରୋଗୀଙ୍କର ସଚେତ ଅବସ୍ଥାରେ ଏକ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି । ରୋଗୀଙ୍କର ମସ୍ତିଷ୍କ ଉପର ଭାଗରେ ୨-୨.୫ ସେମି ପରିଧିର ଦୁଇଟି ସୂକ୍ଷ୍ମ କଣା (ବାଇଫ୍ରନ୍‌ଟାଲ୍‌ ବର୍‌ର ହୋଲସ୍‌) କରାଯାଇ ଏହା ମାଧ୍ୟମରେ ରୋଗୀଙ୍କ ମସ୍ତିଷ୍କ ଉପରେ ଚାପ ପକାଉଥିବା ରକ୍ତ ଓ ଅନ୍ୟାନ୍ୟ ତରଳ ପଦାର୍ଥ ଆଦିକୁ ମସ୍ତିଷ୍କ ମଧ୍ୟରୁ ନିଷ୍କାସନ କରିବାରେ ସର୍ଜନ୍‌ ସଫଳ ହୋଇଥିଲେ ।

ପାରମ୍ପରିକ ଅତ୍ସୋପଚାର ପଦ୍ଧତିରେ ନିଶ୍ଚେତକ (ଜେନେରାଲ୍‌ ଆନେସ୍ଥେସିଆ) ପ୍ରୟୋଗ କରାଯାଇଥାଏ । କିନ୍ତୁ ତାହାର ବ୍ୟତିକ୍ରମ ସ୍ୱରୂପ ଉପରୋକ୍ତ ‘ଆୱେକ୍‌ ସର୍ଜରୀ’ ପଦ୍ଧତିରେ ରୋଗୀ ସଚେତ ଥାଇ ଅପରେସନ୍‌ କରାଯାଇଥିଲା । ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ନ୍ୟୁରୋ ସର୍ଜରୀ ବିଭାଗର ଆସୋସିଏଟ୍‌ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରତାପ ସିଂହ ତୋମାରଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା । ଡାକ୍ତର ତୋମାର ଏହି ସଫଳ ଅତ୍ସୋପଚାର ସଂପର୍କରେ କହିଛନ୍ତି ଯେ ଏହି ଆୱେକ୍‌ ବ୍ରେନ୍‌ ଅସ୍ତ୍ରୋପଚାର ଉଲ୍ଲେଖନୀୟ ସମ୍ଭାବନାର ନିଦର୍ଶନ ଅଟେ ।

ରୋଗୀଙ୍କୁ ସଚେତ ଅବସ୍ଥାରେ ରଖି ଅପରେସନ୍‌ କରାଯିବା ଦ୍ୱାରା ଆମେ ଅତ୍ୟନ୍ତ ସ୍ପଷ୍ଟ ସଠିକତା (ଗ୍ରେଟର ପ୍ରେସିସନ୍‌) ସହ ଅସ୍ତ୍ରୋପଚାର କରିପାରୁଛୁ ଓ ନିରାପଦ ଦିଗକୁ ହାସଲ କରିପାରୁଛୁ । ଏହା ଆରୋଗ୍ୟ ହେବାର ସମୟକୁ ହ୍ରାସ କରିବା ସହ ଫଳାଫଳକୁ ଅଧିକ ଉନ୍ନତ କରିବାରେ ସହାୟକ ହେଉଛି । ବୟସ୍କ ରୋଗୀ ଓ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଏହି କୌଶଳ ଅଧିକ ଲାଭଦାୟକ ହୋଇପାରିବ । ଏ ସଂପର୍କରେ ଶୀତଳାପଲ୍ଲୀସ୍ଥିତ ସମ୍‌ ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି ଯେ ଆୱେକ୍‌ ବ୍ରେନ୍‌ ସର୍ଜରୀର ସଫଳତା ଆଧୁନିକ ନ୍ୟୁରୋସର୍ଜରୀ କ୍ଷେତ୍ରରେ ରୋଗୀକୈନ୍ଦ୍ରିକ ଆପ୍ରୋଚ୍‌ ଓ ଜଟିଳତା ହ୍ରାସର ବର୍ଦ୍ଧିତ ମହତ୍ୱକୁ ସୂଚାଏ ।

ଯେହେତୁ ଟେକ୍‌ନିକ୍‌ ଓ ଟେକ୍‌ନୋଲୋଜି ବିକଶିତ ହୋଇଚାଲିଛି, ସେ କ୍ଷେତ୍ରରେ ବିଭିନ୍ନ ସ୍ନାୟୁବିକ୍‌ (ନ୍ୟୁରୋଲୋଜିକାଲ୍‌ )ସ୍ଥିତିରେ ରୋଗୀ ଚିକିତ୍ସାର ଷ୍ଟାଣ୍ଡାର୍ଡ ପ୍ରାକ୍ଟିସ୍‌ ଉନ୍ନତ ହୋଇପାରୁଛି । ରୋଗୀଙ୍କ ନିରାପତା, ସୁବିଧା ଓ ଶୀଘ୍ର ଆରୋଗ୍ୟତାକୁ ପ୍ରାଥମିକତା ଦେଇ ଏଭଳି ନିଆରା ପଦ୍ଧତିକୁ ଗ୍ରହଣ କରାଯିବା ମସ୍ତିଷ୍କ ରୋଗ ( ବ୍ରେନ୍‌ କଣ୍ଡିସନ୍‌) ଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅଧିକ ପ୍ରଭାବୀ ହୋଇପାରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.