Odisha Link
Bridging the Missing Links in Odisha

ଧର୍ମେନ୍ଦ୍ରଙ୍କ ପାଖରେ ଦୀପାଳିଙ୍କ ଭାଇ ବିଶାଳ, ଫଟୋ ଭାଇରାଲ ପରେ ବଢ଼ିଲା ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଏବେ ଚର୍ଚ୍ଚାରେ। କାରଣ ତାଙ୍କର ଏପରି ଏକ ଫଟୋ ଭାଇରାଲ ହେଉଛି ଯାହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦଳୀୟ ନେତୃବୃନ୍ଦଙ୍କ ସହିତ ଏକ ହୋଟେଲରେ ରାତ୍ରିଭୋଜନ କରୁଥିବା ବେଳେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଳ ଦାସ ତାଙ୍କ ସହିତ ଉପସ୍ଥିତ ରହିବାର କିଛି ଫଟୋ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ହେଲେ ଏହି ଫଟୋ କେଉଁ ଦିନର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନାଥାଉକି, ନିକଟରେ ରାଜଧାନୀ ଭୁବନେଶ୍ବରରେ ଏକ ବିବାହ ଉତ୍ସବରେ ବହୁ ନେତା ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର କିଛି ବିଧାୟକ, ବିଜେଡି ନେତା ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଳା। ଭାଇରାଲ ହେଉଥିବା ଫଟୋ ସେହି ସମୟର ବୋଲି ଜଣା ପଡ଼ିଛି।

ଫଟୋ ଭାଇରାଲ ହେବା ପରେ ବିଶାଳ ଦାସ ଓ ତାଙ୍କ ଭଉଣୀ ବିଜେପିରେ ମିଶି ପାରନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସୂଚନାଥାଉକି ୨୦୨୪ ନିର୍ବାଚନରେ ବିଶାଳଙ୍କ ଭଉଣୀ ଦୀପାଳି ଦାସ ଝାରସୁଗୁଡ଼ାରୁ ପରାଜିତ ହୋଇଥିଲେ। ସେତେବେଳେ ବିଶାଳ ଦାସ ବିଜେପି ଶିବିରକୁ ଯାଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା। ଧର୍ମେନ୍ଦ୍ରଙ୍କ ସହ ବିଶାଳଙ୍କ ଫଟୋ ଭାଇରାଲ ହେବା ପରେ ଏ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।

Leave A Reply

Your email address will not be published.