Odisha Link
Bridging the Missing Links in Odisha

ଦୁର୍ଘଟଣାରେ ଟ୍ରାଫିକ ପୁଲିସଙ୍କ ମୃତ୍ୟୁ ମାମଲା, ଗାଡ଼ି ଚଢ଼ାଇଥିବା ଡ୍ରାଇଭରଙ୍କୁ ବାନ୍ଧିଲା ପୁଲିସ

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨୯ ତାରିଖ ରାତିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଯାଇଥିଲା ଟ୍ରାଫିକ କନେଷ୍ଟବଳଙ୍କ ଜୀବନ। ଟ୍ରାଫିକ ପୁଲିସଙ୍କ ଉପରେ ଟ୍ରକ୍ ଚଢ଼ାଇ ଫେରାର ହୋଇଯାଇଥିବା ଡ୍ରାଇଭର। ବାଙ୍କୀ ଗୋପାଳପୁର ଅଞ୍ଚଳରୁ ତାଙ୍କୁ ନୟାପଲ୍ଲୀ ଥାନା ପୁଲିସ୍ ଧରିଥିବା ବେଳେ ଟ୍ରକ୍‌କୁ ଜବତ କରିଛି।

ଶନିବାର ରାତିରେ ରାମ ମନ୍ଦିର ନିକଟରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ‌ । ଖଣ୍ଡଗିରି ଯିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଦୃତଗତିରେ ଫେରାର ହୋଇଯାଇଥିଲା। ଫଳରେ ମଧୁସୂଦନଙ୍କର ସେହି ଠାରେ ହିଁ ମୃତ୍ୟୁ ହୋଇଥିଲା। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜି ଥିଲା ନୟାପଲ୍ଲୀ ଥାନା ପୁଲିସ୍। ଶେଷରେ ବାଙ୍କୀର ଗୋପାଳପୁର ଅଞ୍ଚଳରୁ ଟ୍ରକ୍‌ଟିକୁ ଜବତ କରିଛି ନୟାପଲ୍ଲୀ ଥାନା ପୁଲିସ। ତା’ ସହିତ ଟ୍ରକ୍ ଡ୍ରାଇଭରଙ୍କୁ ଧରିବାରେ ସଫଳ ହୋଇଛି।

ରାଜଧାନୀରେ ଏହା ପ୍ରଥମ ହିଟ ଆଣ୍ଡ ରନ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏଠାରେ ଅନେକ ଦୁର୍ଘଟଣାମାନ ଘଟି ଅକାଳରେ ଲୋକଙ୍କ ଜୀବନ ଯାଇଛି । ଦୁର୍ଘଟଣା ରୋକିବାକୁ ଲୋକଙ୍କୁ ଦୃତଗତିରେ ଗାଡ଼ି ନଚଳାଇ ସାବଧାନତାର ସହ ଗାଡି ଚଲାଇବାକୁ ପରାମର୍ଶ ଦିଆଯାଉଛି ।

Leave A Reply

Your email address will not be published.