Odisha Link
Bridging the Missing Links in Odisha

୨୭ଟି ରାଜ୍ୟକୁ ଭୀଷଣ ବର୍ଷା ସତର୍କତା, ଆସାମରେ ୬ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଓଏଲ୍‌ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ ଲାଗି ରହିଛି ବର୍ଷା। ବିଶେଷ ଭାବେ ଆସାମରେ କିଛି ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୧୯ଟି ଜିଲ୍ଲାର ସାଢ଼େ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଏପର୍ଯ୍ୟନ୍ତ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।

ଆସାମ ଓ ଅରୁଣାଚଳ ପ୍ରଦେଶରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ନଦୀରେ ବନ୍ୟାସ୍ଥିତି ଦେଖିବାକୁ ମିଳିଛି। ବ୍ରହ୍ମପୁତ୍ର, ସୁବନାସିରି, ଦେଖୋ, ଦିସଙ୍ଗ, ବୁରାହିଦହିଙ୍ଗ, ଜିୟା-ଭରାଲୀ ଆଦି ନଦୀରେ ବିପଦ ସଙ୍କେତ ଉପରେ ପାଣି ବହୁଛି। ବିଗତ ୨୪ ଘଣ୍ଟାରେ ବନ୍ୟା ପାଣି ଯୋଗୁଁ ୪୪ ସଡ଼କ, ଗୋଟିଏ ପୋଲ ଓ ୬ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି।

ଭାରତୀୟ ପାଣିପାଗ କେନ୍ଦ୍ର ଆଜି ଦେଶର ୨୭ଟି ରାଜ୍ୟକୁ ଭୀଷଣ ବାତ୍ୟା ଆର୍ଲଟ ଜାରି କରିଛି। ପଶ୍ଚିମବଙ୍ଗ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗୁଜରାଟ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ, ବିହାର , ଗୋଆ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ କର୍ଣ୍ଣାଟକକୁ ଆର୍ଲଟ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.