Odisha Link
Bridging the Missing Links in Odisha

ଆଜି ବସୁଛି ରଥଯାତ୍ରା ସମନ୍ବୟ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ପୁରୀ ପୌର ସଦନରେ ବସିବ ରଥଯାତ୍ରା ସମନ୍ବୟ ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଜିଲ୍ଲାର ବିଧାୟକ ଉପସ୍ଥିତ ରହିବେ। ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ରହିବେ। ରଥଯାତ୍ରା ପ୍ରସ୍ତୁତି ଉପରେ ବୈଠକରେ ସମୀକ୍ଷା କରାଯିବ।

ଅନ୍ୟପଟେ, ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ମାନେ ନିଜ ନିଜର ଦାୟିତ୍ଵ ଠିକ୍ ସମୟରେ ଯେଭଳି ସାରିବେ ସେନେଇ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତଙ୍କ ଦର୍ଶନ, ରହଣୀ, ଗମନାଗମନ, ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥର ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ। ଏନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ।

Leave A Reply

Your email address will not be published.