Odisha Link
Bridging the Missing Links in Odisha

କେବଳ ବିରାଟ-ରୋହିତ ନୁହେଁ; ଏହି ସବୁ ଖେଳାଳିଙ୍କ କ୍ୟାରିୟର ବି ଟି-୨୦ ବିଶ୍ବକପ୍‌ ସହିତ ଶେଷ ହେଲା

ଓଏଲ୍‌ ବ୍ୟୁରୋ: ସରିଛି ଟି-୨୦ ବିଶ୍ବକପ୍‌ର ୯ମ ସଂସ୍କରଣ। ଦ୍ବିତୀୟ ଥର ପାଇଁ ଟି-୨୦ ଫର୍ମାଟରେ ବିଶ୍ବ ଚମ୍ପିଆନ୍‌ ହୋଇଛି ଟିମ୍‌ ଇଣ୍ଡିଆ। ଏଥିସହିତ ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରି ସାରିଛନ୍ତି। ଯାହା କ୍ରିକେଟ ପ୍ରେମୀଙ୍କୁ ଝଟକା ଲାଗିଛି। କେବଳ ରୋ-କୋ ଅବସର ନେଇ ନାହାନ୍ତି ଆହୁରି ଷ୍ଟାର ଖେଳାଳି ଅଛନ୍ତି ଯିଏ ଟି-୨୦ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି।

ବିରାଟ କୋହଲି, ରୋହିତ ଶର୍ମା ବିଶ୍ବକପ୍‌ ବିଜୟୀ ହେବା ପରେ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହାର ଦିନକରେ ପରେ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଅବସର ଘୋଷଣା କରିଛନ୍ତି। ଭାରତୀୟ ଖେଳାଳିଙ୍କ ବ୍ୟତୀତ ଏହି ସବୁ ଦେଶର ଖେଳାଳି ମଧ୍ୟ ସନ୍ନ୍ୟାସ ନେଇଛନ୍ତି ଚଳିତ ଟି-୨୦ ବିଶ୍ବକପ୍‌ ପରେ।

ସେହିପରି ଡେଭିଡ ବିଜା କ୍ରିକେଟରୁ ଅବସର ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଓ ନାମ୍ବିବିଆ ପକ୍ଷରୁ ଖେଳିଥିବା ଅଲରାଉଣ୍ଡର ଡେଭିଡ ବିଭା ଟି-୨୦ ବିଶ୍ବକପ୍‌ ୨୦୨୪ରେ ନାମ୍ବିବିଆରର ଅଭିଯାନ ସମାପ୍ତ ହେବା ପରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ନେଦରଲାଣ୍ଡସର ଷ୍ଟାର ଖେଳାଳି ସାଇବ୍ରାଣ୍ଡ ଏଙ୍ଗଲବ୍ରେକ୍ଟ ମଧ୍ୟ କ୍ରିକେଟକୁ ବାଏ ବାଏ କରିଛନ୍ତି। ୨୦୨୪ ଟି-୨୦ ବିଶ୍ବକପ୍‌ରେ ନେଦରଲ୍ୟାଣ୍ଡସ୍‌ ଟିମ୍‌ର ଅଭିଯାନ ସରିବା ପରେ ସାଇବ୍ରାଣ୍ଡ କ୍ରିକେଟରୁ ଅବସର ନେଇଛନ୍ତି।

ଟି-୨୦ ବିଶ୍ବକପ୍‌ ୨୦୨୪ରେ ୟୁଗାଣ୍ଡାର ଅଭିଯାନ ଶେଷ ହେବା ପରେ ଦଳର ଅଧିନାୟକ ଅବସର ଘୋଷଣା କରିଥିଲେ। ୟୁଗାଣ୍ଡାର ଅଧିନାୟକ ବ୍ରାୟନ ମସାବା ବିଶ୍ବକପ୍‌ ଟ୍ରଫି ଦୌଡ଼ରୁ ବାଦ ପଡ଼ିବା ପରେ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ସେହିପରି ବାଂଲାଦେଶର ଅଭିଜ୍ଞ କ୍ରିକେଟର ମହମ୍ମଦୁଲହା ମଧ୍ୟ ଟି-୨୦ ଫର୍ମାଟକୁ ବାଏ ବାଏ କରିଛନ୍ତି।

ନ୍ୟୁଜିଲାଣ୍ଡ ଟିମ୍‌ର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଅବସର ନେଇଛନ୍ତି। ଚଳିତ ଟି-୨୦ ବିଶ୍ବକପ୍‌ରେ ଟ୍ରଫି ଦୌଡ଼ରୁ ବାଦ ପଡ଼ିବା ପରେ ଟ୍ରେଣ୍ଟ ବୋଲ୍ଟ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଡେଭିଡ ଓ୍ବାର୍ଣ୍ଣର ଟି-୨୦ ବିଶ୍ବକପ୍‌ ପୂର୍ବରୁ ଅବସର ଘୋଷଣା କରିଥିଲେ। ବିଶ୍ବକପ୍‌ ପରେ ଟି-୨୦ ଫର୍ମାଟରୁ ସନ୍ନ୍ୟାସ କରିଛନ୍ତି।

Leave A Reply

Your email address will not be published.