ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଦିତ୍ୟ ମହାପାତ୍ର, କିଏ ସେ ଜାଣନ୍ତୁ ?
![](https://www.odishalink.com/wp-content/uploads/2024/07/Aditya-Mohapatara-750x430.jpg)
ଓଏଲ୍ ବ୍ୟୁରୋ: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ଓଏଏସ୍ ଆଦିତ୍ୟ ମହାପାତ୍ର। ବିରୋଧୀ ଦଳ ନେତା ଭାବେ ନବୀନଙ୍କ ବ୍ୟକ୍ତିଗତ ସଚିବ ହୋଇଛନ୍ତି ବରିଷ୍ଠ ଅଧିକାରୀ ଆଦିତ୍ୟ ମହାପାତ୍ର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ସୂଚନାଥଉକି, ପୂର୍ବରୁ ଆଦିତ୍ୟ ମହାପାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ। ଏବେ ସେ ନବୀନଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ଆଦିତ୍ୟ ହେଉଛନ୍ତି ଜଣେ ଓଏଏସ୍ ଅଧିକାରୀ। ସେ ଆଇଆଇଟି କାନପୁରରୁ ଏମଟେକ୍ ଏବଂ ଆଇଆଇଟି ଖଡଗପୁରରୁ ଏମ୍ବିଏ କରିଛନ୍ତି।
ନିକଟରେ ୨୦୨୪ ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେଡି ବିଧାୟକମାନେ ଦଳର ସୁପ୍ରିମୋଙ୍କୁ ବିରୋଧି ଦଳ ନେତା ଏବଂ ବିଜେଡି ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ୨୪ ବର୍ଷ ଶାସନ କରିବା ପରେ ନବୀନ ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ବିରୋଧୀ ନେତା ଭୂମିକା ଲିଭାଉଛନ୍ତି।