Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ପାଇଁ ଦୁଇ ଦିନ ସରକାରୀ ଛୁଟି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଧେଶ।

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ବିରଳ ଓ ଅଦ୍ଭୁତ ରଥଯାତ୍ରା ହେବାକୁ ଯାଉଛି। ଦୀର୍ଘ ୫୩ ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି। ନୂଆ ସରକାରରେ ଏଭଳି ସୁଯୋଗ ଆସିବା ଆମର ଭାଗ୍ୟ । ଚଳିତବର୍ଷ ୨ ଦିନରେ ରଥଯାତ୍ରା ସମାପନ ହେବ। ତେଣୁ ସରକାରୀସ୍ତରରେ ଯେଉଁ ଗୋଟିଏ ଦିନର ଛୁଟି ଥିଲା ତାହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି। ରଥଯାତ୍ରା ଯେପରି ସୁରୁଖୁରରେ ସମାପନ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଦେଖିବା ସହ ରଥ ଟାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ଏହା ବେଶ ଖୁସି ଓ ଗୌରବର କଥା। ଏହି ବିରଳ ରଥଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ପୁରୀ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଘୋଷଯାତ୍ରା ପୂର୍ବରୁ ରାସ୍ତା ଘାଟ, ପାନୀୟ ଜଳ, ପରିମଳ,ଗମନା ଗମନ, ଭିଡ଼ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ସ୍ଵାସ୍ତ୍ୟ ସେବାର ସମୀକ୍ଷା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମାପନ ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନିଆଯାଇଛି। ସବୁ ବିଭାଗର ଅଧିକାରୀ ମାନେ ସେମାନଙ୍କ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ। ଏହି ବୈଠକରେ ସମସ୍ତ ବିଭାଗୀୟ ମନ୍ତ୍ରୀ, ବିଧାୟକ, ସମସ୍ତ ବିଭାଗୀୟ ଅଧିକାରୀ ମୁଖ୍ୟଶାସନ ସଚିବଙ୍କ ସମେତ ପୁଲିସ ଭିବାଗର ବରିଷ୍ଠ ଅଧିକାରୀ ଓ ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.