ଆକ୍ସନ ମୋଡରେ ନୟାଗଡ଼ ଏସ୍ପି, ୩ ପୁଲିସ କର୍ମଚାରୀ ନିଲମ୍ବିତ

ଓଏଲ୍ ବ୍ୟୁରୋ: ଆକ୍ସନ ମୋଡରେ ନୟାଗଡ଼ ଏସ୍ପି। କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ ନୟାଗଡ଼ ସଦର ଥାନାରେ କାର୍ଯ୍ୟରତ ୩ କର୍ମଚାରୀଙ୍କୁ ସାବାଡ଼ କରିଛନ୍ତି। ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସ୍ପେଣ୍ଡ କରିଥିବା ଏସ୍ପି ସୂଚନା ଦେଇଛନ୍ତି। ଏସ୍ଆଇ ହସିନା ପ୍ରଧାନ, ଏଏସ୍ଆଇ ରାଜେଶ୍ବରୀ ନାୟକଙ୍କ ସମେତ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା ମାମଲାରେ ନିଲମ୍ବିତ କରାଯାଇଛି। ଗୋଳାଶାଳା ଗାଁର ଚୋରି ଅଭିଯୋଗକୁ ଗ୍ରହଣ କରିନଥିବା ଅଭିଯୋଗ ଥିବାରୁ ୩ ଜଣ ପୁଲିସ କର୍ମଚାରୀଙ୍କୁ ଏସ୍ପି ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି।