Odisha Link
Bridging the Missing Links in Odisha

‘ବଢ଼ିବ ମୋ ବସ୍‌ ସଂଖ୍ୟା’

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇ ସଫଳତାର ସହ ଯାତ୍ରୀ ମାନଙ୍କ ଯାତ୍ରାକୁ ସରଳ କରିଛି ମୋ ବସ୍ ସେବା। ପ୍ରତିଦିନ ଅନେକ ଲୋକ ଏହି ସୁବିଧା ମାଧ୍ୟମରେ ନିଜ କାର୍ଯ୍ୟଶୈଳୀକୁ ସହଜ କରିପାରୁଛନ୍ତି। କେବଳ ସେତିକି ନୁହେଁ ବରଂ ମୋ ବସରେ ଥିବା ସିଟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି। ଯେମିତିକି ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର ସିଟ, ମହିଳା ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସିଟ ରହିଛି।

ଏସବୁ ଭିତରେ ମୋ ବସ୍‌ରେ ଯାତ୍ରା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମୋ ବସ୍‌ରେ ଯାତ୍ରା କରିବା ସହ ସେ ଆହୁରି ମଧ୍ୟ କହିଛନ୍ତି, ବସ୍‌ ସେବା ଭଲ ଅଛି, ଆହୁରି ବସ୍ ସଂଖ୍ୟା ବଢ଼ିବ। ଆଉ ୪ଶହ ଇଲେକ୍ଟ୍ରୋନିକ୍ ବସ୍ ଆସୁଛି। ଖୁବ୍‌ଶୀଘ୍ର ପହଞ୍ଚିବ। ଭୁବନେଶ୍ବର ଓ କଟକ ପାଇଁ ଶହେ ଲେଖାଏଁ ବସ୍ ରହିବ। ଟ୍ରାଫିକ୍ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ବ ସହ ନିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.