Odisha Link
Bridging the Missing Links in Odisha

ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ଜନତା, ସରକାରଙ୍କୁ ଚେତାବନୀ ଦେଲା ବିଜେଡି

ଓଏଲ୍‌ ବ୍ୟୁରୋ: ଆକାଶଛୁଆଁ ହେଲାଣି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଲୋକଙ୍କୁ ବାଧୁଛି ଦରଦାମ ବୃଦ୍ଧି। ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ। ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧିକୁ ନେଇ ଅତିଷ୍ଠ ହେଲେଣି ସାଧାରଣ ଲୋକେ। ବ୍ୟବସାୟୀ ମଧ୍ୟ ଦରବୃଦ୍ଧିକୁ ନେଇ ଅସନ୍ତୋଷ ଝାଡିଥିବା ବେଳେ, ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି।

ଦରଦାମ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ କଡ଼ା ସମାଲୋଚନା କରିଛି ବିଜେଡି। ଯଦି ସରକାର ଦର ନିୟନ୍ତ୍ରଣ ନକରନ୍ତି, ତେବେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଦରବୃଦ୍ଧି ନିୟନ୍ତ୍ରଣ ନକଲେ ଆନ୍ଦୋଳନ କରିବ ବିଜେଡି। ଅସାଧୁ ବେପାରୀଙ୍କ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିଚାଲିଛି। ବେଆଇନ ଭାବେ ସାମଗ୍ରୀ ଗଚ୍ଛିତ ରଖୁଥିବାରୁ ଦରଦାମ ବୃଦ୍ଧି ପାଉଛି। ବଳକା ଚାଉଳ ରାଜ୍ୟରେ ଚାଉଳ ଦରକୁ ଆଖି ପାଉନି।

ଦରବୃଦ୍ଧି ପ୍ରଭାବ ପିଲାଙ୍କ ମଧ୍ୟାହ୍ନ ଭୋଜନ ଉପରେ ପଡ଼ୁଛି ବୋଲି ବିଜୁ ଜନତା ଦଳ କହିଛି। ଏଭଳି ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି। ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ଛୋଟ ଇଞ୍ଜିନ ସରକାର ବଡ଼ ଇଞ୍ଜିନର ସହାୟତା ମାଗନ୍ତୁ ବୋଲି ବିଜେଡି କହିଛି। ଦରଦାମ ବୃଦ୍ଧିରୁ ଜଣାପଡ଼ୁଛି ଯେ ବିଜେପି କି ରାଜ୍ୟବାସୀଙ୍କୁ କି ସୁଶାସନ ଦେବ। ସରକାରଙ୍କୁ ପରାମର୍ଶ ସହ ଚେତାବନୀ ବିଜେଡି ଦେଇଛି।

Leave A Reply

Your email address will not be published.