Odisha Link
Bridging the Missing Links in Odisha

ପରଲୋକରେ ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି

ଓଏଲ୍‌ ବ୍ୟୁରୋ: ପରଲୋକରେ ମାଲକାନଗିରିର ପୂର୍ବତନ ବିଧାୟକ ତଥା ବିଜେପି ନେତା ଆଦିତ୍ୟ ମାଢ଼ି। ୫୦ ବର୍ଷ ବୟସରେ ଆଖି ବୁଜିଲେ ଶ୍ରୀ ମାଢ଼ି। ଦୁଇ ବର୍ଷ ତଳେ ତାଙ୍କର କିଡନୀ ପ୍ରତ୍ୟାରୋପଣ ହୋଇଥିଲା। ଆଦିତ୍ୟଙ୍କ ଅକାଳ ବିୟୋଗରେ ଓଡ଼ିଶା ରାଜନୀତିରେ ଶୋକ ଖେଳି ଯାଇଛି। ଆଦିତ୍ୟ ମାଢ଼ି ୨୦୧୯ ମସିହାରେ ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ‌୫୦ ବର୍ଷ ବୟସ‌ରେ ତାଙ୍କର ପ‌ରଲୋକ ହୋଇଯାଇଛି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଏକ ବର୍ଷ ହେଲା ଅସୁସ୍ଥ ଥିଲେ। ନିକଟରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।

ସୂଚନାଥାଉକି, ସ୍ବର୍ଗତ ପଦ୍ମଚରଣ ମାଢ଼ିଙ୍କ ପୁଅ ଆଦିତ୍ୟ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ବାପାନପାଲ୍ଲୀ ନିକଟ ରୋଦାନପାଲି ଗାଁରେ ୧୯୭୪ ମସିହା ଜୁଲାଇ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ନନ୍ଦିନୀ ମାଢ଼ିଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ୨ ଜଣ ଝିଅ ଅଛନ୍ତି। ବିଧାୟକ ହେବା ପୂର୍ବରୁ ସେ ଚାଷ କାମ ସହ ସରକାରୀ ବିଦ୍ୟାଳୟ‌ରେ ଶିକ୍ଷକ ଥିଲେ।

Leave A Reply

Your email address will not be published.